କଟକରେ ପୌର ନିର୍ବାଚନ ପାଇଁ ରାଜନୀତି ସରଗରମ, ରୀନା ବେହେରାଙ୍କ ମାରାଥନ୍ ପ୍ରଚାର

କଟକ, (ନାଗରାଜ ନ୍ୟୁଜ ): କଟକରେ ପୌର ନିର୍ବାଚନ ପାଇଁ ରାଜନୀତି ସରଗରମ । ରାଜ୍ୟର ସମସ୍ତ ପୌରାଞ୍ଚଳରେ ମାରାଥନ୍ ପ୍ରଚାର ଚାଲିଛି । ମତଦାନ ତାରିଖ ଯେତିକି ପାଖେଇ ଆସୁଛି ପ୍ରାର୍ଥୀମାନେ ଭୋଟରଙ୍କ ସେତିକି ନିକଟତର ହେଉଛନ୍ତି । ଏହି କ୍ରମରେ କଟକ ମୁନସିପାଲଟିର ୬ ନମ୍ବର ୱାର୍ଡରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । କଂଗ୍ରେସ ପ୍ରାର୍ଥୀ ରୀନା ବେହେରା ଜୋରଦାର ପ୍ରଚାର ଚଳାଇଛନ୍ତି । ସେ କହିଛନ୍ତି ମୁଁ ଜିତିଲେ ୬ ନମ୍ବର ୱାର୍ଡର ମୁଖ୍ୟ ସମସ୍ୟା୧- ଅଳିଆ, ଆବର୍ଜନା, ନାଳ ନର୍ଦ୍ଦମାରେ ପାଣି ଜମି ମସା ହେଉଛି, ୨- ପେଟାନାଳ ସମସ୍ୟା ଉପରେ ଆଗ କାମ କରିବି । ଆଜି ବିଧାୟକ ଓ ମେୟର ରୀନା ବେହେରାଙ୍କୁ ଜିତାଇବା ପାଇଁ ନିର୍ବାଚନୀ ମଇଦାନକୁ ଓହ୍ଲାଇ ଜୋରଦାର ପ୍ରଚାର କରିଛନ୍ତି । ଏହି ପ୍ରଚାର ସମୟରେ ପ୍ରବଳ ଜନ ସମାଗମ ରହିଥିବା ଦେଖିବାକୁ ମିଳିଛି । ଯେଉଁଥିରୁ ସ୍ପଷ୍ଟ ହେଉଛିଯେ, ରୀନା ବେହେରାଙ୍କ ବିଜୟ ସୁନିଶ୍ଚିନ୍ତ । କେବଳ ଏତିକି ନୁହେଁ ସେ ବିପୁଳ ଭୋଟରେ ବିଜୟ ହେବେ ବୋଲି ଏହି ଜନସମାଗମରୁ ଅନୁମାନ କରିହେଉଛି । ରୀନା ବେହେରା ଜଣେ ସମାଜସେବୀ, ଜଣେ ଆଗଧାଡ଼ିର ସାମ୍ବାଦିକା ଏବଂ ନାଗରାଜ ନ୍ୟୁଜର ସହ ସମ୍ପାଦକ ଥିଲେ । ସେ ସବୁବେଳେ ଖରା, ବର୍ଷା, ଝଡ଼ ଓ ତୋଫାନ କାହାରିକୁ ଖାତିର ନକରି ଲୋକଙ୍କ ହିତ ପାଇଁ ଆଗକୁ ଆସନ୍ତି ।
କରୋନା ସମୟରେ ଘର ଘରକୁ ବୁଲି ଲୋକଙ୍କ ସୁବିଧା ଅସୁବିଧା ବୁଝିଥିଲେ । ସବୁବେଳେ ସବୁସମୟରେ ଦୁଃଖି ଲୋକର ପାଖେ ଛିଡ଼ା ହୋଇଥାନ୍ତି ରୀନା ବେହେରା ।

ସୁବବେଳେ ସାହାର୍ୟ୍ୟର ମନୋବୃତ୍ତି ଏବଂ ବିକାଶର ମନୋବୃତ୍ତି ନେଇ କାର୍ୟ୍ୟ କରିଥାନ୍ତି । ନିଜ ୱାର୍ଡରେ ଯେଉଁ ସୁବ ଅବ୍ୟବସ୍ଥା ରହିଛି ସେସବୁକୁ ସୁଧାରିବା ପାଇଁ ନିରନ୍ତର ପ୍ରୟାସ କରିଥାନ୍ତି । ଆଜି ଏହି ସମାଜସେବୀ ଓ ସାମ୍ବାଦିକା ଜଣଙ୍କ ରାଜନୀତୀର ମଙ୍ଗ ଧରିଛନ୍ତି । ପରୋକ୍ଷ ଏବଂ ପ୍ରତ୍ୟେକ୍ଷରେ ଲୋକଙ୍କ ସାହାଯ୍ୟ କରିବା ପାଇଁ ରାଜନୀତିରେ ପାଦ ରଖିଛନ୍ତି । ଆଉ ରାଜନୀତିକୁ ଆସିବା ପରେ ସେ କେବଳ ଲୋକଙ୍କ ହିତ ପାଇଁ ହିଁ କାର୍ୟ୍ୟ କରିବେ ବୋଲି କହିଛନ୍ତି । ଏଭଳି ଜଣେ ସଚ୍ଚୋଟ, ଉଦାର ଏବଂ ପରୋପକାରୀ ପ୍ରାର୍ଥୀଙ୍କ ନେତୃତ୍ୱ ଲୋକଙ୍କ ପାଇଁ ନିହାତି ଆବଶ୍ୟକ । ତେଣୁ ରୀନା ବେହେରା ବିଜୟର ମୁକୁଟ ପିନ୍ଧିବେ ବୋଲି ଚର୍ଚ୍ଚା ଜୋର ଧରିଛି । ଏଭଳି ଜଣେ ଉଦାର ଚିନ୍ତାଧାରାର ପ୍ରାର୍ଥୀଙ୍କୁ ଲୋକେ ଜିତାଇବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Leave a Reply

Your email address will not be published.