କୁତ୍ରା ପୋଲିସ ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢ଼ାଉ, ୪ଗିରଫ

ସୁନ୍ଦରଗଡ଼, (ନାଗରାଜ ନ୍ୟୁଜ ): ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଥାନା ପକ୍ଷରୁ ଗତକାଲି ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୪ଜଣ ଜୁଆଡିଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ ଏହି ଥାନା ଅଧୀନରେ ଥିବା କଟଙ୍ଗ ପଞ୍ଚାୟତର ପାଣ୍ଡାଟୋଲିଠାରେ ଦୀର୍ଘ ଦିନ ହେବ ଜୁଆଖେଳ ଚାଳିଥିଲା । ଗତକାଲି କୌଣସି ସୂତ୍ରରୁ ଖବର ପାଇ କୁତ୍ରା ଥାନା ଅଧିକାରୀ ଶୁଶାନ୍ତ କୁମାର ପରିଡ଼ା ସଦଳ ବଳେ ଯାଇ ଜୁଆ ଆଡ୍ଡା ଉପରେ ଅତର୍କିତ ଭାବରେ ଚଢ଼ାଉ କରି ୪ଜଣ ଜୁଆଡିଙ୍କୁ ଗିରଫ କରିବା ସହ ୩ହଜାର ଟଙ୍କା ୮ଟି ମଟରସାଇକେଲ ଏବଂ ୮ଟି ମୋବାଇଲ ଫୋନ ଜବତ କରିଥିବା ଜଣାଯାଇଛି ।

ସୁନ୍ଦରଗଡ଼ରୁ ଦଶରଥ ପୋଡ଼ଙ୍କ ରିପୋର୍ଟ

Leave a Reply

Your email address will not be published.