ବାରହା ଶିକାର ବେଳେ ଗୁଳି ବାଜି ନାବାଳିକା ଗୁରୁତର

ସୁନ୍ଦରଗଡ଼, (ନାଗରାଜ ନ୍ୟୁଜ ): ସୁନ୍ଦରଗଡ଼ ଜିଲ୍ଲାର ଧାରୁଆଡିହିଥାନା ଅଧୀନରେ ଥିବା ଲମ୍ଟି-ବିଜାଡିହି ବଣ୍ଡା ପାହାଡ଼ ନିକଟରେ ବାରହା ଶିକାର କରିବାବେଳେ ଗୁଳି ବାଜି ଜଣେ ନାବାଳିକା ଗୁରୁତର ଆହତ ହୋଇ ଡାକ୍ତର ଖାନାରେ ଭର୍ତ୍ତି ହୋଇଛନ୍ତି । ଖବରନେବାରୁ ଜଣାପଡିଛି ଯେ, ବଡ଼ଗାଁ ଥାନା ଅଧୀନରେ ଥିବା ଧୂମାଭଟ୍ଟା ଗ୍ରାମର ନଟ୍ଟୁ ନାୟକଙ୍କ ଝିଅ ଉର୍ବଶୀ ନାୟକ (୧୭) ତାଙ୍କ ମାମୁଘର ଲମ୍ଟିରେ ରହି ବିର୍ ବିରା ଜୁନିୟର କଲେଜ ରେ ପାଠ ପଢନ୍ତି । ଗତକାଲି ୪/୫ଜଣ ଝିଅମିଶି ନିକଟସ୍ଥ ବଣ୍ଡା ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ । ଏହି ସମୟରେ ୫/୬ଜଣ ଶିକାରୀ ସେହି ଜଙ୍ଗଲରେ ବାରହା ଶିକାର କରିବାକୁ ଛକି ବସିଥିଲେ । ଠିକ ସେତେବେଳେ କିଛି ବାରହା ପଲ ଆସିବାରୁ ଜଣେ ଶିକାରୀ ଦେଶୀ ବନ୍ଧୁକରୁ ଗୁଳି ଚଳାଇଥିଲେ । ହେଲେ ଗୁଳିଟି ବାରାହାକୁ ନବାଜି କାଠ ସଂଗ୍ରହ କରୁଥିବା ଉର୍ବଶୀଙ୍କ ପଛ ପଟରେ ବାଜିଥିଲା । ଗୁଳି ବାଜିବାରୁ ସେ ଚିତ୍କାର କରି ତଳେ ପଡ଼ିଯାଇଥିଲେ । ଉର୍ବଶୀଙ୍କ ଚିତ୍କାର ଶୁଣି ଗାଁ ଲୋକେ ଦୌଡି ଆସି ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଦୁଇ ଜଣ ଶିକରୀକୁ କାବୁ କରି ପୋଲିସ କୁ ଖବରଦେଇଥିଲେ । ଧାରୁଆଡିହି ପୋଲିସ ଖବର ପାଇ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଂଚି ଆହାତ ଉର୍ବଶୀଙ୍କ ସୁନ୍ଦରଗଡ଼ ଡାକ୍ତର ଖାନାକୁ ନେବା ସହିତ ଶିକାରୀ ଦୁଇଜଣଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

ସୁନ୍ଦରଗଡ଼ରୁ ଦଶରଥ ପୋଡ଼ଙ୍କ ରିପୋର୍ଟ

Leave a Reply

Your email address will not be published.