ଓମଫେଡ କମ୍ପାନୀ ଗେଟ ସାମ୍ନାରେ ନିଯୁକ୍ତି ଦାବିରେ ଧାରଣା ଦେଲେ ସ୍ଥାନୀୟ ବାସିନ୍ଦା

କଟକ,(ନାଗରାଜ ନ୍ୟୁଜ): ବାରଙ୍ଗ ଥାନା ଅନ୍ତର୍ଗତ ନରାଜ ଠାରେ ଓଡିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦନକାରୀ ଦୁଗ୍ଧ ଫେଡରେସନ (ଓମଫେଡ) । ଆଜି ସକାଳେ ସ୍ଥାନୀୟ ବାସିନ୍ଦା ବେକାର ଯୁବକ ଯୁବତୀମାନେ କମ୍ପାନୀର ଗେଟ ସାମ୍ନାରେ ଧାରଣାରେ ବସିଥିଲେ । ଧାରଣାର ମୁଖ୍ୟ କାରଣ ଓମଫେଡ କମ୍ପାନିରେ ସ୍ଥାନୀୟ ଯୁବକ ଓ ଯୁବତୀମାନଙ୍କୁ ନିଯୁକ୍ତି କରାଯାଉ । ଆଖ ପାଖରେ ଥିବା ସମସ୍ତ ଗ୍ରାମଗୁଡ଼ିକ ହେଉଛି ନରାଜ ମାର୍ଥାପୁର, ଅରିଲୋ, ଗୋଡ଼ିସାହି, ଷଣ୍ଢପୁର ଆଦି ଗ୍ରାମରୁ ନିଯୁକ୍ତି ଦାବିରେ ଶତାଧିକ ଯୁବକଯୁବତୀ ଆନ୍ଦୋଳନରେ ଯୋଗ ଦେଇଥିଲେ । ସୂଚନା ପାଇ ବାରଙ୍ଗ ଥାନା ଆଇଆଇସି ଆକାଶ କୁମାର ରଣା ଜୋନ୍-୪ ଏସିପି ଚନ୍ଦନ ଘଡେଇ ଓ ଗୋଡ଼ିସାହି ଫାଣ୍ଡି ଅଧିକାରୀ ମଲ୍ଲିକ ବାବୁ ବୁଝାସୁଝା କରିବା ପରେ ଓ କମ୍ପାନୀର ସୁପରଭାଇଜର ପି. ଭି ତରିଆ, ଡି.ଜି.ଏମ ସୁରେଶ ଚନ୍ଦ୍ର ଅଲାଟିଆ ପ୍ରତିଶୃତି ଦେବା ଧାରଣାରୁ ଆନ୍ଦୋଳନକାରୀ ହଟିଥିଲେ ।

Leave a Reply

Your email address will not be published.