ଆଜି ହେଉଛି ନୂଆବର୍ଷ, ଅମାନିଆ ପର୍ଯ୍ୟଟକ

ପୁରୀ, (ନାଗରାଜ ନ୍ୟୁଜ): ଆଜି ହେଉଛି ନୂଆବର୍ଷ । କୋଣାର୍କ ମନ୍ଦିର, ଚନ୍ଦ୍ର ଭାଗା ବେଳାଭୂମି ଓ ରାମଚଣ୍ଡୀରେ ହଜାର ହଜାର ପର୍ଯ୍ୟଟକ ବର୍ଷର ଶେଷ ଦିନକୁ ବିଦାୟ ଦେଇଛନ୍ତି । ବିଭିନ୍ନ ସ୍ଥାନରୁ ଆସିଥିବା ପର୍ଯ୍ୟଟକ ଆଜିର ଦିନକୁ ଉପଭୋଗ କରି ଉତ୍ସାହିତ ଥିବା । କୋଣାର୍କରେ ପୁରୁଣା ବର୍ଷକୁ ବିଦାୟ ଦେଲେ ହଜାର ହଜାର ପର୍ଯ୍ୟଟକ । ଦେଶ ବିଦେଶରୁ ଆସିଥିବା ପର୍ଯ୍ୟଟକମାନେ କୋଣାର୍କ ମନ୍ଦିର ବୁଲିବା ସହିତ ସମୁଦ୍ରର ନୀଳ ପାଣିରେ ଗାଧୋଇବାର ମଜ୍ଜା ଉଠାଇଛନ୍ତି । ଡିସେମ୍ବର ୩୧ ତାରିଖ ଠାରୁ ଜାନୁଆରୀ ୦୨ ତାରିଖ ପର୍ଯ୍ୟନ୍ତ କୋଣାର୍କର ବିଭିନ୍ନ ସ୍ଥାନରେରେ ୧୪୪ ଧାରା ଜାରୀ କରାଯାଇଥିଲେ ମଧ୍ୟ କୋଣାର୍କରେ ଆଜିର ବର୍ଷକୁ ବିଦାୟ ଦେବା ନିମନ୍ତେ ହଜାର ହଜାର ପର୍ଯ୍ୟଟକଙ୍କର ଭିଡ ।

୧୪୪ ଧାରା ଜାରୀ କରାଯାଇଥିବା ସତ୍ତ୍ଵେ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପ୍ରବଳ ଗହଳି ଥିବା ଦେଖିବାକୁ ମିଳିଛି । ଏହାକୁ ଖାତିର ନ କରି ବର୍ଷର ପ୍ରଥମ ଦିନକୁ ସେଲିବ୍ରେସନ କରିଛନ୍ତି ପର୍ଯ୍ୟଟକ । ପୁରୀ ଶ୍ରୀମନ୍ଦିର, କାକଟପୁର ମମଙ୍ଗଳା ମନ୍ଦିର ଓ ଜାହାନିଆ ପୀଠରେ ସରକାରୀ କଟକଣା ଲାଗୁ କରିଥିବା ଯୋଗୁଁ କୋଣାର୍କରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ସେପଟେ କଟକଣା ସତ୍ତ୍ଵେ ମଧ୍ୟ କୋଣାର୍କର ବିଭିନ୍ନ ସ୍ଥାନ ବୁଲି ପର୍ଯ୍ୟଟକ ଉତ୍ସାହିତ ଥିବାର ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published.