ଘରୋଇ ବ୍ୟାଙ୍କରୁ ଦିନ ଦ୍ୱି ପ୍ରହରରେ ଲୁଟ

କଟକ, (ନାଗରାଜ ନ୍ୟୁଜ ): ଦିନ ଦ୍ୱି ପ୍ରହରରେ କଟକ ଜିଲ୍ଲା ସାଲେପୁର ମାଛୁଆତି ବଜାର ନିକଟ ଏକ ଘରୋଇ ଫାଇନାନ୍ସ ବ୍ୟାଙ୍କରୁ ୩ଜଣ ଦୁର୍ବୁତ୍ତ ବନ୍ଧୁକ ଦେଖାଇ ୨ଲକ୍ଷ ୯୩ହଜାର ଟଙ୍କା ଲୁଟି ନେଇଛନ୍ତି । ଏନେଇ ସଂସ୍ଥା କତ୍ତୃପକ୍ଷ ସାଲେପୁର ପୋଲିସକୁ ଜଣାଇବା ପରେ ସାଲେପୁର ଥାନା ଅଧିକାରୀ ଓ ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି । ବ୍ୟାଙ୍କର ସିସି ଟିଭି ଯାଞ୍ଚ କରିବା ସହ ଅଧିକ ତଦନ୍ତ କରି ଖୁବ ଶୀଘ୍ର ଲୁଟେରା ମାନଙ୍କୁ ଧରାଯିବ ବୋଲି ଏସଡିପିଓ କହିଛନ୍ତି ।

Leave a Reply

Your email address will not be published.