ଜନସେବା କେନ୍ଦ୍ରରୁ ଡକାୟତି

କଟକ, (ନାଗରାଜ ନ୍ୟୁଜ ): ବନ୍ଧୁକ ଦେଖାଇ ଜନ ସେବା କେନ୍ଦ୍ରରୁ ଡକାୟତି । କଟକ ଜିଲ୍ଲା ନେମାଳ ଥାନା ତରତଶାସନ ସହଜ ଜନ ସେବାକେନ୍ଦ୍ର ପରିସରରୁ ୩ଜଣ ଯୁବକ ଇନକମ ସାର୍ଟିଫିକେଟ ଆବେଦନ କରିବା ବାହାନାରେ ଘର ଭିତରକୁ ଧସେଇ ପଶିଥିଲେ । ଜନସେବା କେନ୍ଦ୍ର ପରିଚାଳକ ବେକରେ ଭୁଜାଲି ଓ ମୁଣ୍ଡରେ ବନ୍ଧୁକ ଲଗାଇ ଏହି ଲୁଟ କରାଯାଇଥିବା ଅଭିଯୋଗ ହୋଇଛି ।

ଅପରାଧୀମାନେ ଜନ ସେବାକେନ୍ଦ୍ର ପରିଚାଳକ କ୍ଷୀରୋଦ ଦାଶଙ୍କ ପତ୍ନୀଙ୍କ ହାତକୁ ଦଉଡ଼ିରେ ବାନ୍ଧି ଦେଇଥିଲେ । ସେମାନେ ଘର ଭିତରୁ ନଗଦ ୩ଲକ୍ଷ ୨୦ହଜାର ଟଙ୍କା ସହିତ ୩ଟି ମୋବାଇଲ ଫୋନ ଲୁଟି ନେଇଛନ୍ତି । ଏ ସମ୍ପର୍କରେ ଖବର ପାଇ ନରେନ୍ଦ୍ରପୁର ଫାଣ୍ଡି ଓ ନେମାଳ ଥାନା ପୋଲିସ ମିଳିତ ଭାବେ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ ବି ଡକାୟତ ମାନଙ୍କର ସନ୍ଧାନ ମିଳିନାହିଁ ।

Leave a Reply

Your email address will not be published.