ଶ୍ରୀମନ୍ଦିରରେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦେଲେ ପ୍ରଭୁ ଜଗନ୍ନାଥ

ପୁରୀ, (ନାଗରାଜ ନ୍ୟୁଜ): ମାନବ ଲୀଳାର ଅବତାରି ଶ୍ରୀ ଜଗନାଥ ଓଡିଶାର ଗର୍ବ ଗୌରବ । ଶ୍ରୀମନ୍ଦିରରେ ମନୁଷ୍ୟ ଦ୍ୱାରା ଦୀପଦାନ ଶ୍ରାଦ୍ଧ କାର୍ତିକ ମାସ ଅମାବାସ୍ୟା ତିଥିରେ ପାଳନ କରାଯାଏ । ସେହିପରି ଠାକୁରମାନେ ମାର୍ଗଶିର ମାସ ଅମାବାସ୍ୟାରେ ତାଙ୍କର ପିତୃ ପୁରୁଷମାନଙ୍କୁ ଦୀପଦାନ ଶ୍ରାଦ୍ଧ କରନ୍ତି । ପ୍ରଥମେ ଦଶରଥ, କୌଶଲ୍ୟା, ଦେବକୀ, ବସୁଦେବ, ରାଜା ଇନ୍ଦ୍ରଦୁର୍ମ୍ୟ ଓ ରାଣୀ ଗୁଣ୍ଡିଚାଙ୍କ ଶ୍ରାଦ୍ଧ ପ୍ରଭୁ ଜଗନ୍ନାଥ ଦେଇଥାନ୍ତି । ଆଜି ଦୀପାବଳିର ଶେଷଦିନ ପ୍ରଭୁ ଶ୍ରାଦ୍ଧ ଦେବା ପରେ ଶ୍ରୀ ମନ୍ଦିରରୁ ବାହାରି ବେଢା ପରିକ୍ରମା କରିଥିଲେ ।

Leave a Reply

Your email address will not be published.