ମାଞ୍ଜା ସୂତା ଏବଂ ଚାଇନିଜ୍ ସୂତା ଦୋକାନଗୁଡ଼ିକରେ କମିସନରେଟ ପୁଲିସ ପକ୍ଷରୁ ଚଢ଼ାଉ

କଟକ, (ନାଗରାଜ ନ୍ୟୁଜ): ଗୁଡି ସୂତାରେ ଜଣକ ଜୀବନ ଗଲା ପରେ ଚେତିଛି ପ୍ରଶାସନ । ମାଞ୍ଜା ସୂତା ଏବଂ ଚାଇନିଜ୍ ସୂତା ଉପରେ ନିଷେଧ କରାଯାଇଥିବା ଗୁଡି ତଥା ସୂତା ବିକ୍ରି କରୁଥିବା ବ୍ୟବସାୟୀଙ୍କ ଉପରେ କଠୋର ପଦକ୍ଷେପ ନିଆଯାଇଛି । କମିସନରେଟ୍ ପୋଲିସ ଏବଂ ମହାନଗର ନିଗମ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ସୂତା ଦୋକାନୀ ଉପରେ ରେଡ୍ କରାଯାଇ ବିପୁଳ ପରିମାଣର ଗୁଡି, ନଟେଇ ଏବଂ ବିଶେଷ ନିଷେଧ କରାଯାଇଥିବା ସୂତାକୁ ଜବତ କରାଯାଇଛି । ମାଞ୍ଜା ସୂତା ଏବଂ ଚାଇନିଜ୍ ସୂତା ବିକ୍ରି ଉପରେ କିଛି ବର୍ଷ ତଳେ ଜିଲ୍ଲା ପ୍ରଶାସନ ତରଫରୁ କଟକଣା ଲଗାଯାଇଥିଲା । କଟକଣାକୁ ବେଖାତିର୍ କରି ବ୍ୟବସାୟୀମାନେ ଏସବୁ ସାମଗ୍ରୀ ବିକ୍ରି କରୁଥିଲେ । ସିଏମସିର ଏନଫୋର୍ସମେଣ୍ଟ୍ ସ୍କ୍ୱ।ର୍ଡ ସହରର ବିଭିନ୍ନ ସ୍ଥାନରେ ଥାନା ଅଧିକାରୀଙ୍କ ସହାୟତାରେ ଦୋକାନଗୁଡିକରେ ରେଡ୍ କରାଯାଉଥିବାର ସୂଚନା ଦେଇଛନ୍ତି ଡେପୁଟି କମିସନର ଅବିନାଶ ରାଉତ ।

Leave a Reply

Your email address will not be published.