ପେଟ୍ରୋଲ ପମ୍ପରେ ଅଘଟଣ, ଗଣ୍ଡଗୋଳରୁ ନେଇ ଅଗ୍ନିକାଣ୍ଡ

ପୁରୀ, (ନାଗରାଜ ନ୍ୟୁଜ): ପେଟ୍ରୋଲ ପମ୍ପରେ ଅଭାବନୀୟ ଘଟଣା । ଦୁଇ ଜଣଙ୍କ ଭିତରେ ଗଣ୍ଡଗୋଳକୁ ନେଇ ବାଇକରେ ନିଆଁ ଲଗାଇ ଦେବାକୁ ନେଇ ବାଇକରେ ଲାଗିଗଲା ନିଆଁ । ତେବେ ପେଟ୍ରୋଲପମ୍ପ କର୍ମଚାରୀ ଅଗ୍ନିନିର୍ବାପକ ଯନ୍ତ୍ର ଆଣି ନିଆଁକୁ ଆୟତ୍ତ କରିଥିଲେ । ଫଳରେ ପେଟ୍ରୋଲ ପମ୍ପରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟଣା ଟଳି ଯାଇଛି । ଅଗ୍ନିକାଣ୍ଡ ଆୟତ୍ତ ହୋଇ ନ ଥିଲେ ବ୍ୟାପକ କ୍ଷୟକ୍ଷତି ଘଟିଥାନ୍ତା । ତେବେ ଘଟଣା ଖବର ପାଇ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ତେବେ ବାଇକରେ ନିଆଁ ଲଗାଇ ଥିବା ବ୍ୟକ୍ତି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି । ତେବେ ଏହି ଘଟଣା ଏବେ ପୁରୀ ସହରରେ ଚର୍ଚ୍ଚାର ବିଷୟ ହୋଇଛି ।

Leave a Reply

Your email address will not be published.