ଯୌତୁକ ପାଇଁ ବୋହୂଙ୍କୁ ହତ୍ୟା, ଅଭିଯୋଗ ଆଣିଲେ ମୃତକଙ୍କ ପରିବାର

କଟକ, (ନାଗରାଜ ନ୍ୟୁଜ): ଯୌତୁକ ପାଇଁ ବୋହୂକୁ ହତ୍ୟା କଲେ ଶାଶୁଘର ଲୋକେ । ହତ୍ୟା ଅଭିଯୋଗ ଆଣିଲେ ଝିଅ ଘର ଲୋକେ । ଶାଶୁ ଘର ଲୋକଙ୍କ ରାତା ରାତି ଶବ ପୋଡ଼ିବା ଉଦ୍ୟମ ପଣ୍ଡ । ସ୍ଵାମୀ ଓ ଦେଢ଼ସୂର ଥାନାରେ ଅଟକ । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନିଆଳୀ ଥାନା ପୋଖରୀ ଗାଁ ରାଣିପଡ଼ା ଗାଁରେ । ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ରାଣିପଡ଼ା ଗ୍ରାମର ମନୋଜ ଦାସଙ୍କ ସ୍ତ୍ରୀ ରୁପାଲି ଦାସ ଆତ୍ମହତ୍ୟା କରିଛନ୍ତି ଓ ତାଙ୍କୁ ପୋଡ଼ିବା ପାଇଁ କାହାକୁ କିଛି ନ ଜଣାଇ ନେଇ ଯାଉଛନ୍ତି ବୋଲି ରୁପାଲିଙ୍କ ବାପା ଘର ଲୋକେ କୌଣସି ସୂତ୍ରରୁ ଖବର ପାଇଥିଲେ । ଖବର ଶୁଣି ରୁପାଲି ଙ୍କ ବାପା ପଂକୁନା ଦାସ ଝିଅକୁ ହତ୍ୟା କରାଯାଇଥିବା ନେଇ ନିଆଳୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୋଲିସ ଶବ ଜବତ କରିବା ସହ ସ୍ଵାମୀ ମନୋଜ ଦାସ ଓ ତାଙ୍କ ବଡ଼ ଭାଇଙ୍କୁ ଥାନାରେ ଅଟକ ରଖିଛି । ପୋଲିସ ଓ ସାଇନ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି ।

ରୁପାଲି ଦାସଙ୍କ ଘର ଜଗତସିଂହପୁର ନାଉଗାଁ ଅବଦଲପୁର ହୋଇଥିଲା ବେଳେ ସେ ମନୋଜ ଦାସ ଙ୍କୁ ଜୁନ ୨୦୧୮ ମସିହାରେ ବୈଦିକ ରିତିନିତି ରେ ବିବାହ କରିଥିଲେ । ରୁପାଲି ଙ୍କୁ ଶାଶୁଘର ଲୋକେ ଅଧିକା ଯୈାତୁକ ବାରମ୍ବାର ଶାରିରୀକ ଓ ମାନସିକ ନିର୍ଜାତନା ଦେଇ ଆସୁଥିଲେ । ଯୌତୁକ ଟଙ୍କା ପାଇଁ ମଧ୍ୟ ବିଭିନ୍ନ ସମୟ ରେ ତାଙ୍କୁ ହତ୍ୟା ଧମକ ଦେଉଥିଲେ ବୋଲି ରୂପାଲି ର ପରିବାର ଲୋକେ କହିଛନ୍ତି ।

Leave a Reply

Your email address will not be published.