କଟକରେ ମା’ ଦୁର୍ଗାଙ୍କ ମହାଷ୍ଟମୀ ପୂଜା ପାଳିତ

କଟକ, (ନାଗରାଜ ନ୍ୟୁଜ): ଧରାପୃଷ୍ଠକୁ ଅବତରଣ କରିଛନ୍ତି ଜଗତଜନନୀ ମା’ ଦୁର୍ଗା । ଏଥିପାଇଁ ଚଳଚଞ୍ଚଳ ହୋଇପଡିଛି ସାରା ପରିବେଶ । ରାଜ୍ୟର ପୁରପଲ୍ଲୀରେ ମା’ ଦୁର୍ଗାଙ୍କ ଆବାହନ କରାଯାଇଥିବା ବେଳେ ଏଥିରୁ ବାଦ ପଡିନି ସିଲଭର୍ ସିଟି କଟକ । ଆଜି ମା’ଙ୍କ ମହାସପ୍ତମୀ ପୂଜା କରାଯାଇଛି । ସହରର ପ୍ରତ୍ୟକଟି ମଣ୍ଡପରେ ମା’ଙ୍କୁ ସ୍ୱତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଛି । ଗତକାଲି ବେଲ୍ୱବରଣ ହେବା ପରେ ମହାନଦୀରୁ ଜଳ ଆଣି ବିଧି ଅନୁସାରେ ପୂଜା କରାଯାଉଛି । ଏସବୁ ପୂଜା ପରେ ମା’ଙ୍କ ଚକ୍ଷୁଦାନ କରାଯାଇ ମହାସପ୍ତମୀ ପୂଜା ଅନୁଷ୍ଠିତ ହୋଇଛି । ମଣ୍ଡପ ଗୁଡିକରେ ସେଭଳି କାର୍ୟ୍ୟକ୍ରମ ନ ଥିଲେ ବି କୋଭିଡ କଟକଣା ମଧ୍ୟରେ ପୂଜା କରାଯାଇଛି ।

ପୂଜା ମଣ୍ଡପରେ ମା’ଙ୍କୁ ସ୍ୱତନ୍ତ୍ର ବିଧି ଅନୁସାରେ ପୂଜା କରାଯାଇଛି । ଆଉ ଆଜି ମହାସପ୍ତମୀ ଠାରୁ ହିଁ ପୂଜା ମଣ୍ଡପମାନଙ୍କରେ ମା’ଙ୍କ ପୂଜା ଆରମ୍ଭ କରାଯାଇଛି । ପ୍ରତ୍ୟକ ବର୍ଷ ସହରରେ ଦୁର୍ଗାପୁଜାକୁ ଦେଖିବା ଲାଗି ପ୍ରବଳ ମାତ୍ରାରେ ଭିଡ ଲାଗି ରହିଥାଏ । ହେଲେ କୋଭିଡ କଟକଣା ପାଇଁ ଚଳିତବର୍ଷ କୌଣସି ପ୍ରକାର ଜନଗହଳି ଦେଖାଯାଇନାହିଁ । ଅନ୍ୟପଟେ ସହରର ବିଦ୍ୟାଧରପୁର, ଚାଉଳିଆଗଞ୍ଜ, ଖାନନଗର, ରାଣୀହାଟ ଓ ମଙ୍ଗଳାବାଗ ଆଦି ମଣ୍ଡପରେ ମହାସପ୍ତମୀ ପୂଜା ଅନୁଷ୍ଠିତ ହୋଇଛି । ମଣ୍ଡପଗୁଡିକରେ ସାମ୍ନା ପଟୁ ପରଦା ଟଣାଯାଇ ଭିତରେ ପୂଜା କରାଯାଇଥିବା ବେଳେ କୌଣସି ଭକ୍ତଙ୍କୁ ଭିତରକୂ ଦର୍ଶନ କରିବାକୁ ଛଡାଯାଇ ନଥିଲା । ସେହିପରି ଜଣେ କର୍ତ୍ତା ଓ ୪ ଜଣ ପୂଜକଙ୍କୁ ନେଇ ପୂଜା କରାଯାଇଥିଲା । ସରକାରଙ୍କ ଦ୍ୱାରା ଜାରୀ ହୋଇଥିବା ଏସଓପିକୁ ପାଳନ କରାଯାଇଥିବା କହିଛନ୍ତି କମିଟିର କର୍ମକର୍ତ୍ତାମାନେ । ଆସନ୍ତାକାଲି ମହାଷ୍ଟମୀ ବିହୀତ ପୂଜା ଥିବାରୁ ମଣ୍ଡପରେ ଭିଡ ନ କରି ମହିଳା ଭକ୍ତଙ୍କୁ ଅଷ୍ଟମୀ ବ୍ରତ ଦିଆଯିବାକୁ ବ୍ୟବସ୍ଥା ହୋଇଛି ବୋଲି କମିଟି ପକ୍ଷରୁ କୁହାଯାଇଛି । ମଣ୍ଡପ ମାନଙ୍କରେ ଆଜି ମହାସପ୍ତମୀ ପୂଜା ଶେଷ ହୋଇଥିବା ବେଳେ ଆସନ୍ତାକାଲି ମହା ନବମୀ ପୂଜା ହେବ । ହେଲେ ଦଶହରାକୁ ନେଇ କଟକ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁଥିବାରୁ କୋଭିଡ କଟଣା ନିଶ୍ଚିତରୁପେ ଦଶହରାକୁ ଫିକା କରିଛି ।

Leave a Reply

Your email address will not be published.