ମା’ ଚର୍ଚ୍ଚିକାଙ୍କ ପୀଠରେ ମହାଷ୍ଟମୀ ପୂଜା ପାଳିତ

ବାଙ୍କୀ, (ନାଗରାଜ ନ୍ୟୁଜ): ମା’ ଚର୍ଚ୍ଚିକାଙ୍କ ପୀଠରେ ଆଜି ପାଳିତ ହେଉଛି ମହାଷ୍ଟମୀ ପୂଜା । ଏନେଇ ମା’ଙ୍କ ପୀଠ ହୋଇ ଉଠିଛି ଚଳ ଚଞ୍ଚଳ । ସ୍ୱତନ୍ତ୍ର ରୀତିନୀତିରେ ଚଣ୍ଡୀ ପାଠ ସହିତ ପୂଜାର୍ଚ୍ଚନା କରାଯିବାର ସମସ୍ତ ବିଧି ବ୍ୟବସ୍ଥା ରହିଛି । ଆଜି ସକାଳୁ ମହାନଦୀ ରେଣୁକା ଘାଟରୁ ୧୦୮ ଗରା ପାଣିରେ ମା’ଙ୍କୁ ସ୍ନାନ କରାଯାଇଛି । ସକାଳ ଧୂପ ପରେ ମଧ୍ୟାହ୍ନ ଆଳତି ସନ୍ଧ୍ୟା କାଳୀନ ସମସ୍ତ ପୂଜାପାଠ କରାଯିବାର ବ୍ୟବସ୍ଥା କରାଯାଇଛି । ଆଜିର ଦିନରେ ରାତି ଉଜାଗର ରହି ଯେ ମା’ଙ୍କ ପୀଠରେ ଦୀପ ଜାଳିବ ତାଙ୍କର ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ସେ ବିଶ୍ୱାସ ରହିଛି ।

ଆଜିର ଦିନରେ କାହିଁ କେତେଆଡୁ ଶ୍ରଦ୍ଧାଳୁ ଆସି ଭିଡ଼ ଜମାଇ ଥାନ୍ତି ମା’ଙ୍କ ପୀଠରେ । ବିଶେଷ କରି ଆଜି ରାତିରେ ମା’ ମହିଷା ମର୍ଦ୍ଧିନୀ ବେଶରେ ଭକ୍ତ ତଥା ଶ୍ରଦ୍ଧାଳୁଙ୍କ ଦର୍ଶନ ଦେବେ । ଏହି ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଲକ୍ଷ୍ୟ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

Leave a Reply

Your email address will not be published.