ମା’ ପାଟଣେସ୍ୱରୀ ଓ ସମଲେଶ୍ୱରୀଙ୍କର ଝାରବଏଲ ଯାତ୍ରା ଅନୁଷ୍ଠିତ

ବଲାଙ୍ଗୀର, (ନାଗରାଜ ନ୍ୟୁଜ): ମା’ ପାଟଣେସ୍ୱରୀ ଓ ସମଲେଶ୍ୱରୀଙ୍କର ଝାରବଏଲ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଓଡିଶାରେ ତନ୍ତ୍ର ମନ୍ତ୍ର ଶକ୍ତି ପିଠ କୁହାଯାଉଥିବା ପାଟଣାଗଡ଼ ଦେବି ପାଟଣେସ୍ୱରୀ ଓ ସମଲେଶ୍ୱରୀ ଝାରବଏଲ ଯାତ୍ରା ପବିତ୍ର ମହାଳୟା ଓ ପ୍ରତିପତା ଦିନ ହୋଇଥାଏ । ଏହି ଦିନରେ ପାଇକମାନେ ପାଟଣାଗଡ଼ ରାଜଖମାରରୁ ପାଟସିନ୍ଦୁର ମନ୍ଦିର ଅଣାଯାଇଥାଏ । ଏହାପରେ ପୂଜକ ଓ ଦେହୁରୀମାନେ ପୂଜା ସାମଗ୍ରୀ ଧରି ପାଖ ଜଙ୍ଗଲକୁ ଯାଆନ୍ତି । ସେଠାରେ ମା’ଙ୍କୁ ପୂଜା ଅର୍ଚ୍ଚନା କରି ବରୁଆଙ୍କ ଦେହରେ ଦେବି ମା’ଙ୍କୁ ଆହ୍ୱାନ କରି ମନ୍ଦିର କୁ ଅଣାଯାଇଥାଏ । ନବମୀ ଦିନ ବଏଲ ଯାତ୍ରା ହୁଏ । ବଏଲ ଯାତ୍ରା ଦେଖିବାକୁ ବହୁ ସଂଖ୍ୟାରେ ଭକ୍ତଙ୍କ ଭିଡ ଲାଗି ରହିଥାଏ ।

Leave a Reply

Your email address will not be published.