ଗ୍ୟାରେଜରେ ଝୁଲୁଛି ମାଲିକଙ୍କ ମୃତଦେହ

ନିଆଳି, (ନାଗରାଜ ନ୍ୟୁଜ): ଗ୍ୟାରେଜରେ ଝୁଲୁଛି ମାଲିକଙ୍କ ମୃତ ଦେହ । ନିଆଳୀ ଥାନା ଅଧୀନ ନିଆଳି ବଗିଚା ସାହି ବସ୍ତି ଛକରେ ଥିବା ମା କୁତମଚଣ୍ଡୀ ବାଇକ ଗ୍ୟାରେଜରେ ଝୁଲୁଛି ମାଲିକ ବାପି ପଟ୍ଟନାୟକଙ୍କର ମୃତ ଦେହ । ମୃତ୍ୟୁର କାରଣ ଏଯାଏଁ ଅସ୍ପଷ୍ଟ ରହିଛି । ତେବେ ବାପିଙ୍କ ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ ଆଣିଛନ୍ତି ।

ସୂଚନା ଅନୁଯାୟୀ ଗତକାଲି ରାତିରେ ବାପି ଘରକୁ ଫେରି ନଥିଲେ । ଆଜି ସକାଳେ ବାପା ଗତନାଥ ପଟ୍ଟନାୟକ ଗ୍ୟାରେଜ ମଧ୍ୟରେ ପ୍ଲାଷ୍ଟିକ ରଶିରେ ଅଜବେଷ୍ଟ ଘରେ ପୁଅର ମୃତ ଦେହ ଝୁଲୁଥିବା ଦେଖି ପୋଲିସରେ ଅଭିଯୋଗ କରିଥିଲେ । ନିଆଳି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତ ଦେହ ବ୍ୟବଚ୍ଛେଦ ପରେ ସତ୍ୟ ଉନ୍ମୋଚିତ ହେବ ବୋଲି ଆଶଙ୍କା କରାଯାଉଛି ।

Leave a Reply

Your email address will not be published.