ମାଲିଶିରା ପଞ୍ଚାୟତରେ ତାଲା ପକାଇଲେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ

ବଲାଙ୍ଗୀର, (ନାଗରାଜ ନ୍ୟୁଜ): ପଞ୍ଚାୟତ ନିର୍ବାଚନ ରେ ଆଦିବାସୀମାନଙ୍କୁ ସଂରକ୍ଷଣରୁ ବାଦ ଦେଇଥିବା ପ୍ରତିବାଦରେ ଆଜି ମୁରିବାହାଲ ବ୍ଲକର ପ୍ରାୟ ୨୨ ଟି ପଞ୍ଚାୟତକୁ ତାଲା ପକାଇବା ସହିତ ମାଲିଶିରା ପଞ୍ଚାୟତରେ ତାଲା ପକାଇଛନ୍ତି ଆଦିବାସୀ କଲ୍ୟାଣ ସଂଘ । ମାଲିଶିରା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ କରି ରାଜ୍ୟ ସରକାରଙ୍କୁ ଉପରେ ଦୋଷରୋପ କରିଛନ୍ତି ଆଦିବାସୀ କଲ୍ୟାଣ ସଂଘ । ଏହି ଆନ୍ଦୋଳନରେ ମୁରିବାହାଲ ବ୍ଲକ ସଭାପତି ରାଜିବ କୁଅଁର, ସହ ସମ୍ପାଦକ ଭୁବନ ମାଝୀ, ନାରୀନେତ୍ରୀ ପତରଙ୍ଗୀ ମାଝୀ ଓ ମାଲିଶିରା କର୍ମକର୍ତ୍ତା ଯୋଗ ଦେଇଥିଲେ ।

Leave a Reply

Your email address will not be published.