ସମ୍ବିତ ମେମୋରିୟାଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ

ପୁରୀ, (ନାଗରାଜ ନ୍ୟୁଜ): ପୁରୀ ତାଳବଣିଆ ଇଣ୍ଡୋର ଷ୍ଟାଡିୟମ ସମ୍ନା ପଡ଼ିଆରେ ପୁରୀ ସହରର ଅଗ୍ରଣୀ ଜିୟାଣ୍ଟ କ୍ଲବ ଆନୁକୂଲ୍ୟରେ ସମ୍ବିତ ମେମୋରିୟାଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ୭ତାରିଖରୁ ଦୀର୍ଘ ୯ଦିନ ଧରି ଚାଲିଥିଲା । ପୁରୀ ଜିଲ୍ଲାର ୩୨ଟି କ୍ଲବ ଏଥିରେ ଅଂଶ ଗ୍ରହଣ କରିଥିଲେ । ଆଜି ଶେଷ ଫାଇନାଲ ମ୍ୟାଚ ଜିୟାଣ୍ଟ ସ୍ପୋର୍ଟିଙ୍ଗ ଓ ଲଭର୍ସ ସ୍ପୋର୍ଟିଙ୍ଗ ମଧ୍ୟରେ ହୋଇଥିଲା ଜିୟାଣ୍ଟ ସ୍ପୋର୍ଟିଙ୍ଗ ୯୩ ରନ ଓ ଲଭର୍ସ ସ୍ପୋର୍ଟିଙ୍ଗ ୧୦୮ରନ କରି ବିଜୟୀ ହୋଇଥିଲେ । ବିଜୟୀ ଦଳକୁ ଟ୍ରଫି ସମେତ ୨୦୦୦୦ ଟଙ୍କା । ରନର୍ସପ ଦଳକୁ କପ୍ ଓ ୧୦୦୦୦ ଟଙ୍କା ପ୍ରଦାନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ସୁନିଲ୍ ମହାନ୍ତି ଯୋଗ ଦେଇଥିଲେ । ଏଥିସହ ଘନଶ୍ୟାମ ମର୍ଦ୍ଧରାଜ, ପ୍ରସନ୍ନ କୁମାର ମହାପାତ୍ର, ସମାଜସେବୀ ଚକ୍ରଧର ମହାପାତ୍ର, ପୂର୍ବତନ କାଉନସିଲର ଯମେଶ୍ବର ମହାନ୍ତି, ଟୁଟୁ ଦାସ ମହାପାତ୍ର, ସମାଜସେବୀ ନାରାୟଣ ସାହୁ ଓ ଅରବିନ୍ଦ ଦାସ ପ୍ରମୂଖ ଯୋଗ ଦେଇଥିଲେ । ଅମ୍ପିୟାର ଭାବରେ ସୂର୍ୟ୍ୟନାରାୟଣ ବେହେରା ଓ ପ୍ରତାପ ସାହୁ ଦାୟିତ୍ୱ ଗ୍ରହଣ କରିଥିଲେ । କ୍ଲବର ସଭାପତି ବଶିଷ୍ଟ ମହାନ୍ତି ପରିଚାଳନା କରିଥିଲେ ।

Leave a Reply

Your email address will not be published.