23ରୁ ଆରମ୍ଭ ମାଟ୍ରିକ ସମେଟିଭ-1 ପରୀକ୍ଷା

କଟକ,(ନାଗରାଜ ନ୍ୟୁଜ): ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୁଲ୍ୟରେ ଚଳିତ ମାସ 23ତାରିଖ ଠାରୁ 30ତାରିଖ ପର୍ଯ୍ୟନ୍ତ ମାଟ୍ରିକ ସମେଟିଭ-1 ପରୀକ୍ଷା ଆରମ୍ଭ ହେବ। ଚଳିତ 2023ବର୍ଷ ପାଇଁ 5 ଲକ୍ଷ 32 ହଜାର 712 ଜଣ ଛାତ୍ର ଛାତ୍ରୀ ମାଟ୍ରିକ ପରୀକ୍ଷା ଦେବେ। ପ୍ରଥମ ସମେଟିଭ ପରୀକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଛି । 3229 ଟି ପରୀକ୍ଷା କେନ୍ଦ୍ରରେ ଛାତ୍ର ଛାତ୍ରୀ ମାନେ ପରୀକ୍ଷା ଦେବେ । 316 ଟି ନୋଡାଲ ସେଣ୍ଟର୍ ରେ ପ୍ରଶ୍ନ ପତ୍ର ରଖାଯିବ । ନଭେମ୍ବର 11 ତାରିଖ ଠାରୁ ପ୍ରାକଟି କାଲ ପରୀକ୍ଷା ଆରମ୍ଭ ହେବ। ଆଜି ଠାରୁ ବୋର୍ଡର ୱେବ୍ ସାଇଟ୍ ରେ ଆଡ୍ ମିଟ୍ କାର୍ଡ ଉପଲବ୍ଧ ହେବ। ପ୍ରଥମ ଥର ପାଇଁ ଛାତ୍ର ଛାତ୍ରୀ ମାନେ ସମେଟିଭ୍ ପରୀକ୍ଷା ଦେଉଥିବାରୁ ବୋର୍ଡ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଡ ମିଟ୍ କାର୍ଡ ରେ କୌଣସି ତ୍ରୁଟି ଥିଲେ ଏହାକୁ ସଂଶୋଧନ କରାଯିବ। ମଧ୍ୟମା ଓ ଓପନ ସ୍କୁଲ ପରୀକ୍ଷା ନିମନ୍ତେ ଆସନ୍ତା 17ତାରିଖ ଠାରୁ ୱେବ୍ ସାଇଟ୍ ରେ ଆଡ ମିଟ କାର୍ଡ ଉପଲବ୍ଧ ହେବ।ପ୍ରଶ୍ନ ପତ୍ର ଗୁଡ଼ିକ କଡା ସୁରକ୍ଷା ମଧ୍ୟରେ ରଖାଯିବ । ପରୀକ୍ଷା କୁ କୁ ସୂ ପରିଚାଳନା କରିବା ନିମନ୍ତେ ସ୍କ୍ୱାର୍ଡ ର ବ୍ୟବସ୍ଥା କରାଯାଇଛି ବୋଲି ଏକ ସାମ୍ବାଦିକ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ର ସଭାପତି ରାମା ସିଶ ହାଜରା, ଉପ ସଭାପତି ଡକ୍ଟର ନିହାରରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତଥିଲେ।

Leave a Reply

Your email address will not be published.