ସାମ୍ବାଦିକମାନଙ୍କ ବନ୍ଧୁ ମିଳନ ବୈଠକ ଅନୁଷ୍ଠିତ

ଖଇରା,(ନାଗରାଜ ନ୍ୟୁଜ): ଖଇରା ଓ ସିମୁଳିଆ ବ୍ଳକରେ କାର୍ଯ୍ୟରତ ସାମ୍ବାଦିକମାନଙ୍କର ବୈଠକ ଅନୁଷ୍ଠିତ ହୋଇଯାଇଛି, ଗଣ୍ଡିଵେଢ଼ ଦେଉଳି ଛକ ନିକଟରେ ରାଜେଶ ମହାକୁଡ଼ଙ୍କ ଏସଆର ଗ୍ରୁପ କମ୍ପାନୀ ପରିସରରେ ଥିବା ସିରିଡି ସାଇ ମନ୍ଦିର ପରିସରରେ ଅନୁଷ୍ଠିତ ଵୈଠକରେ ବରିଷ୍ଠ ସାମ୍ବାଦିକ କୈଳାସ ଚନ୍ଦ୍ର ଦାସ ଙ୍କ ଅଧ୍ୟକ୍ଷତା କରିଥିଲେ । ଅନୁଷ୍ଠିତ ବୈଠକରେ କାର୍ଯ୍ୟରତ ସାମ୍ବାଦିକ ମାନେ ଖବର ସଂଗ୍ରହ କ୍ଷେତ୍ରରେ ଉପୁଜିଥିବା ସମସ୍ୟା ,ବୀମା ରାଶି ୫ଲକ୍ଷ ଟଙ୍କାକୁଵୃଦ୍ଧି କରିବା ସହିତ ସରକାର ପେନସନ ଯୋଜନା ଲାଗୁ କରାଯିବା ନେଇ ଦାବି କରାଯାଇଥିଲା । କାର୍ଯ୍ୟରତ ସାମ୍ବାଦିକ କିଶୋର ଵେହେରା କିଡ୍ନୀ ରୋଗରେଆକ୍ରାନ୍ତ ହୋଇପଡ଼ିଥିବାରୁ ତାଙ୍କୁ ସରକାରୀ ,ବେସରକାରୀ ସ୍ତରରେ ସାହାଯ୍ୟ ନେଇ ବୈଠକରେ ଆଲୋଚନା ହୋଇଥିଲା । ଯୁବ ସମାଜ ସେଵୀ ତଥା ସାମ୍ବାଦିକ ଇଂ ରାଜେଶ କୁମାର ମହାକୁଡ ପ୍ରାରମ୍ଭିକଅଭିଭାଷଣ ରଖିଵା ସହିତ ଏକତ୍ରିତ ହୋଇ କଲମ ଚାଳନା କରିବା ନେଇ ପ୍ରସ୍ତାବ ଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ତପୋଧନ ଵାରିକ ,ଉତ୍କଳବନ୍ଧୁ ପଣ୍ଡା,ଦେବେନ୍ଦ୍ର କୁମାର ନାୟକ ,ଜୀବନ ଜ୍ୟୋତି ନାୟକ,ଉମେଶ ଜେନା,ମନୋଜ କୁମାର ପ୍ରଧାନ,ଲୋଚନ ରାଉତ,ପର୍ଶୁରାମ ମହାନ୍ତି,ଦୟାନିଧି ମହାପାତ୍ର,ଆନନ୍ଦ ଵେହେରା,ଅବିନାଶ ପ୍ରଧାନ ,ଜୟନ୍ତ କୁମାର ରାଉତ,ଆଲୋକ ପଣ୍ଡା, ଙ୍କ ସମେତ ଖଇରା,ସିମୁଳିଆ ବ୍ଳକରେ କାର୍ଯ୍ୟରତ ସାମ୍ବାଦିକ ମାନେ ଯୋଗ ଦେଇ ଵକ୍ତବ୍ୟ ପ୍ରଦାନ କରିଥିଲେ ।

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.