ପୁରୀରେ ପଞ୍ଜିକାରଙ୍କୁ ନେଇ ବୈଠକ

ପୁରୀ, (ନାଗରାଜ ନ୍ୟୁଜ): ଶ୍ରୀମନ୍ଦିର ପର୍ବପର୍ବାଣି ତାଲିକା ପ୍ରସ୍ତୁତି ନେଇ ଆଜି ପଞ୍ଜିକାରମାନଙ୍କୁ ନେଇ ମନ୍ଦିର ପ୍ରଶାସନ କାର୍ୟ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରଶାସନ ପକ୍ଷରୁ ଏହି ବୈଠକରେ ପର୍ବପର୍ବାଣି ସମ୍ପର୍କରେ ଆଲୋଚନା ହୋଇଥିଲେ । ଚୂଡାନ୍ତ ତାଲିକା ଆସନ୍ତା ୪ତାରିଖ ରେ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି । ରାଜ୍ୟରେ ୮ଟି ପଞ୍ଜିକାରଙ୍କୁ ଚିଠି କରାଯାଇଥିଲଲେ ହିଁ କେବଳ ରାଧା ରମଣ ପଞ୍ଜିକାରମାନେ ଉପସ୍ଥିତ ଥିଲେ । ଏନେଇ ଛତିଶ ନିଯୋଗର ନାୟକ ଜନାର୍ଦନ ପତଯୋଶୀ ମୁକ୍ତି ମଣ୍ଡପ ସଭାର ସଦସ୍ୟମାନେ ଉଦବେଗ ପ୍ରକାଶ କରିଥିଲେ । ଗଜପତି ମହାରାଜ ଦିବ୍ୟସିଂହ ଦେବ ଓ ଜଗତ ଗୁରୁ ଶଙ୍କରାଚାର୍ୟ୍ୟଙ୍କ ଅଭିମତ ରହୁଥିବାରୁ ଲୋକେ ବିଭିନ୍ନ ପାଞ୍ଜିକୁ ବିଶ୍ୱାସ କରି ଆସୁଛନ୍ତି ତେଣୁ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଆୟୋଜିତ ପାଞ୍ଜି ବୈଠକ ରେ ସମୀକ୍ଷା ନ ହେବା ଯାଏଁ ଅଭିମତ ନରଖିବା ପାଇଁ ଗଜପତି ଓ ଶଙ୍କରାଚାର୍ୟ୍ୟଙ୍କ କାର୍ୟ୍ୟାଳୟକୁ ନିବେଦନ କରାଯିବ ବୋଲି ନିଷ୍ପତି ହୋଇଛି ।

Leave a Reply

Your email address will not be published.