୧୯୯୦ ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା ସଭା

ଖଇରା, (ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଧିନ ବର୍ତନା ହାଇସ୍କୁଲର ୧୯୯୦ ମସିହା ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଗଡଗଡ଼ ଠାରେ ଓ ଶିକ୍ଷକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ୨୭ ତାରିଖ ଦିନ ଛାତ୍ରଛାତ୍ରୀଙ୍କର ଏକ ଶୋଭାଯାତ୍ରା ବର୍ତନା ହାଇସ୍କୁଲରୁ ବାହାରି ସାଇ ମନ୍ଦିର ହୋଇ ହଦଗଡ଼ରେ ପହଂଚିଥିଲା । ବିଦ୍ୟୁତପ୍ରଭା ରାଉତଙ୍କ ଆବାହତ୍ୱରେ ଆୟୋଜିତ ବନ୍ଧୁମିଳନ କାର୍ଯ୍ୟକ୍ରମକୁ ସଭାପତି ପ୍ରଭାତ କୁମାର ପାଣିଗ୍ରାହୀ ପରିଚାଳନା କରିଥିଲେ । ପ୍ରଥମେ ଦିବଙ୍ଗତ ସଦସ୍ୟ ଗୋପାଳ ସୁତାରଙ୍କ ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା

ପୁରାତନ ଛାତ୍ରଛାତ୍ରୀଙ୍କ ଉପସ୍ଥିତି ଆଗାମୀ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଇଥିଲା । ୧୯୯୦ ମାଟ୍ରିକ ବ୍ୟାଚର ଜଣେ ଛାତ୍ର ଜ୍ୟୋତି ବିକାଶ ପ୍ରଧାନ ମୋ ସ୍କୁଲ ଅଭିଯାନକୁ ୫୦୦୦୦ ଟଙ୍କା ଦାନ କରିଥିଲେ । ଏଥି ମଧ୍ୟରେ ପ୍ରତେକ ବର୍ଷ ଦଶମ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ପିଲାଙ୍କୁ ସମ୍ବନ୍ଧିତ କରିବା, ପାଠ ପଢି ପାରୁନଥିବା ଛାତ୍ରଛାତ୍ରୀ ଙ୍କୁ ସହାୟତା ପ୍ରଦାନ ସମାଜ ମଙ୍ଗଳ କାର୍ଯ୍ୟରେ ଛାତ୍ରଛାତ୍ରୀ ମାନେ ନିଜକୁ ସାମିଲ କରିବା ପାଇଁ ସମୂହ ରାଶି ପ୍ରଦାନ କରାଯାଇଥିଲା । ମାନଶ କୁମାର ପୁହାନ,ଜ୍ୟୋତିବିକାଶ ପ୍ରଧାନ,ଭାବନନ୍ଦ ଦାସ,ସୁରେଶ ବେହେରା,ବିନୋଦ ସ୍ୱାଇଁ,ଶାନ୍ତିଲତା ସାହୂ,ରମେଶ ନାୟକ,ସୁଧାଂଶୁ ଶେଖର ଦାସ,ଗଜେନ୍ଦ୍ର ମହାନ୍ତି,ନିତ୍ୟାନନ୍ଦ ପ୍ରଧାନ,ଜିତେନ୍ଦ୍ର ପଟ୍ଟନାୟକ,ଅଖିଆ,ବିକାଶ ବେହେରା,ମିନତୀ,ମନୋରମା,ତୁଳସୀ, ଓ ଅନ୍ୟ ସାଙ୍ଗସାଥୀ ମନେ ଉପସ୍ଥିତ ଥିଲେ । ୨୭ ତାରିଖ ଦିନ ବର୍ତନା ବିଦ୍ୟାଳୟ ପରିସରରେ ଶିକ୍ଷକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା,ପ୍ରାକ୍ତନ ପ୍ରଧାନ ଶିକ୍ଷକ କିଣୁ ଚରଣ ଗାହାଣ ,ପରମା ନନ୍ଦ ପଣ୍ଡା, ମନ୍ମଥ ପ୍ରଧାନ, ପ୍ରାକ୍ତନ ଗଣିତ ଶିକ୍ଷକ ନରହରି ସାହୂ  ଓ ହିନ୍ଦୀ ଶିକ୍ଷକ, କିରାଣୀ ଅଭିମନ୍ୟୁ,ଅନନ୍ତପ୍ରସାଦ,ପ୍ରମୁଖଙ୍କୁ ମାନପତ୍ର ଓ ଉତରୀୟ ପ୍ରଦାନ କରାଯାଇଥିଲା ।

ବାଲେଶ୍ବର ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.