ମେଗା ସ୍ବାସ୍ଥ୍ୟ ମେଳା ଅନୁଷ୍ଠିତ

ପୁରୀ, (ନାଗରାଜ ନ୍ୟୁଜ ): ପବ୍ଲିକ ହେଲ୍ଥ ରିସୋର୍ଶ ସୋସାଇଟି ଏବଂ ଗେଲ ଗ୍ୟାସ ଲିମିଟେଡର ମିଳିତ ସହଯୋଗରେ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପେଣ୍ଠକଟା, ପୁରୀ ଠାରେ ଏକ ମେଗା ସ୍ବାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇସାରିଛି । ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗେଲ୍ ଗ୍ୟାସ ଲିମିଟେଡର ଡିଜିଏମ ଆନନ୍ଦ ପ୍ରଧାନ, ସିନିୟର୍ ମ୍ୟାନେଜର ଉଡ଼ିତ୍ ରଞ୍ଜନ ସୋରେନ ପ୍ରମୁଖ ଯୋଗ ଦେଇଥିଲେ । ଏହାସହିତ ଗେଲ ଗ୍ୟାସ ଲିମିଟେଡର ଡା. ବିନାୟକ ସାହୁ ଏବଂ ଟିମ୍ ମେମ୍ୱର ପୂଜା ରାଉତରାୟ ଓ ବଂଶିତା ପଟ୍ଟନାୟକ ଯୋଗ ଦେଇଥିଲେ । ଉଭୟ ବଳିଆପଣ୍ଡା ଓ ପେଣ୍ଠକଟାର ଅଙ୍ଗନୱାଡି କର୍ମୀ ପ୍ରମିଳା ବାରିକ୍ ଓ ଶୁଭଶ୍ରୀ ବଳିଆର୍ସିଂହ ମଧ୍ୟ ଯୋଗଦେଇଥିଲେ । ଏହି ଶିବିରରେ ଅଣ ସଂକ୍ରାମକ ରୋଗ ଯଥା ମଧୁମେହ, ହିମଗ୍ଲୋବିନ୍, ରକ୍ତ ନମୁନା ଓ ବିଏମଆଇର ପରୀକ୍ଷା ଡା. ପ୍ରଫୁଲ୍ଲ ମହାପାତ୍ର , ଡା. ବସନ୍ତ କୁମାର ସାହୁ ଏବଂ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଏଏନଏମ ସୁଶ୍ରୀ ଅମ୍ବିକା ଜେନା, ତପସ୍ଵିନୀ ମିଶ୍ର ଓ ମଞ୍ଜୁ ଦାସଙ୍କ ଦ୍ଵାରା କରଯାଇଥିଲା । ପବ୍ଲିକ୍ ହେଲ୍ଥ ରିସୋର୍ସ ସୋସାଇଟର ଷ୍ଟେଟ ପ୍ରୋଗ୍ରାମ କର୍ଡିନେଟର ସତ୍ୟ ନାରାୟଣ ପଟ୍ଟନାୟକଙ୍କ ତତ୍ତ୍ୱବଧାନରେ ପ୍ରୋଗ୍ରାମ ଫ୍ୟାସିଲିଟେଟର ଜ୍ୟୋତିର୍ମୟୀ ବିଶ୍ଵାଳ, ପ୍ରିୟଙ୍କା ପ୍ରିୟଦର୍ଶିନୀ, ସୁପ୍ରିୟା ପଟ୍ଟନାୟକ, କେ କୃପାରାଓ, ସୋନାଲିକା ଦାସ, ପ୍ରସନ ନାୟକ ଏବଂ ସହକର୍ମୀ ସରୋଜ ଭୋଇ ଏହି ଶିବିରକୁ ସଂପୂର୍ଣ୍ଣ ଭାବେ ସମ୍ପାଦନ କରିଥିଲେ ।

Leave a Reply

Your email address will not be published.