କଟକରେ ମିନି ଦଶହରା ପାଳିତ

କଟକ, (ନାଗରାଜ ନ୍ୟୁଜ): କଟକରେ ଷୋଲ ପୁଅମା ଘଟ ପୂଜା ରବିବାର ଠାରୁ ଆରମ୍ଭ ହୋଇଛି । ୩ଦିନ ଧରି ଏହି ପୂଜା ଚାଲିବ । କଟକର ୨ଟି ତେଲୁଗୁ ବସ୍ତିରେ ଏହି ପୂଜା ଅନୁଷ୍ଠିତ ହୁଏ । କାଠ ଯୋଡ଼ି ଓ ମହାନଦୀ କୁଳରୁ ଘଟ ତିଆରି କରି ଭକ୍ତମାନେ ମୁଣ୍ଡ ଉପରେ ବୋହି ନିଜ ନିଜ ବସ୍ତିକୁ ଆଣି ମଣ୍ଡପରେ ରଖି ପୂଜା କରନ୍ତି । ଆସନ୍ତା ମଙ୍ଗଳବାର ଦିନ ମାଆଙ୍କର ବିଦାୟ ପର୍ବ ଅନୁଷ୍ଠିତ ହେବ ।

ଏହି ଘଟ ଗୁଡ଼ିକ କଲେଜ ଛକ ପିଲିଗ୍ରୀମ ରୋଡରେ ଥିବା ଷୋଲ ପୁଅ ମା ମନ୍ଦିରକୁ ଯାଇ ଘଟକୁ ଛାଡ଼ିଥାନ୍ତି । ପ୍ରତିବର୍ଷ ଏହି ଉତ୍ସବକୁ ମିନି ଦଶହରା ବୋଲି ଅଭିହିତ କରାଯାଏ । ଦୁଇ ବର୍ଷ ହେବ କୋଭିଡ କଟକଣା ମଧ୍ୟରେ ନିରାଡମ୍ବର ଭାବେ ପାଳିତ ହେଉଛି । ଏହି ପୂଜାକୁ ଦେଖିବା ଲାଗି ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ଭକ୍ତ ଆସିଥାନ୍ତି ।

Leave a Reply

Your email address will not be published.