ରାସନ କାର୍ଡଧାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ

ବାଙ୍କୀ, (ନାଗରାଜ ନ୍ୟୁଜ): ବାଙ୍କୀ ଡମପଡ଼ା ବ୍ଲକର କୁସୁପଙ୍ଗି ପଞ୍ଚାୟତରେ ‘୫-ଟି’ ରୁପାନ୍ତରିକରଣର ଭିତ୍ତିପ୍ରସ୍ତର ସ୍ଥାପନ, ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ ସହ ରାସନ କାର୍ଡଧାରୀଙ୍କୁ ସହାୟତା ରାଶି ପ୍ରଦାନ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କୁସୁପଙ୍ଗି ପଞ୍ଚାୟତର ସରପଞ୍ଚ ପୁଷ୍ପାଲତା ପରିଡା ତଥା ସରପଞ୍ଚ ପ୍ରତିନିଧି ହାଇସ୍କୁଲର କମ୍ପ୍ୟୁଟର ଲ୍ୟାବ ଓ ବିଜ୍ଞାନ ଗୃହକୁ ଉଦଘାଟନ କରିଥିଲେ । ଆରାଚଣ୍ଡୀ ବିଦ୍ୟାଳୟ ପରିସରରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ଓ ରାସନ କାର୍ଡ ଧାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ । ଜାତ ମୁଣ୍ଡିଆଠାରୁ ଏକ ମୋଟର ସାଇକେଲ ରାଲିରେ ଆସି ନିସ୍ତିପୁରଠାରେ ଏକ ସାଧାରଣ ସଭାରେ ଯୋଗଦେଇ ଆଗାମୀ ପଞ୍ଚାୟତ ନିର୍ବାଚନପାଇଁ ଦଳୀୟ କର୍ମୀଙ୍କ ହାତମୁଠା ଟାଣ କରିବା ସହିତ ଦଳ କିପରି ଆଗକୁ ଯିବ ସେନେଇ ପ୍ରସ୍ତୁତ ରହିବାକୁ ଗୁରୁମନ୍ତ୍ର ଦେଇଛନ୍ତି ସ୍ଥାନୀୟ ବିଧାୟକ ।

Leave a Reply

Your email address will not be published.