ଜିଲ୍ଲାପରିଷଦ ପ୍ରାର୍ଥୀନୀ ବବିତା ରାଉତଙ୍କ ମାରାଥନ ପ୍ରଚାର

ବାରଙ୍ଗ, (ନାଗରାଜ ନ୍ୟୁଜ):ଖୋର୍ଦ୍ଧା ଜିଲ୍ଲା ୩୦ନଂ ଜୋନ ବିଜେଡି ଜିଲ୍ଲାପରିଷଦ ପ୍ରାର୍ଥୀନୀ ବବିତା ରାଉତଙ୍କ ପାଇଁ ମାନ୍ୟବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ମଙ୍ଗ ଧରିଛନ୍ତି । ଜୋନର ଦାଢା, କଲ୍ୟାଣପୁର,ବରିମୁଣ୍ଡ,ଇଞ୍ଜଣା ଓ ରଘୁନାଥପୁର ଗ୍ରାମ ପଞ୍ଚାୟତରେ ପ୍ରତି ଗାଁ,ସାହି,ବସ୍ତି ଏବଂ ଘରକୁ ଘର ବୁଲି ବବିତାଙ୍କ ପାଇଁ ବିଧାୟକ ଶ୍ରୀ ରାଉତ ଭୋଟ ଭିକ୍ଷା କରୁଛନ୍ତି । ନିର୍ବାଚନ ପ୍ରଚାରର ଶେଷ ପର୍ଯ୍ୟାୟରେ ରବିବାର ଦିନ ବିଧାୟକ ବିଶାଳ ଶୋଭାଯାତ୍ରାରେ ବାହାରି ରଘୁନାଥପୁର ଗ୍ରାମପଞ୍ଚାୟତରେ ଘରକୁ ଘର ବୁଲି ଜୋରଦାର ପ୍ରଚାର କରିଛନ୍ତି।ଏହି ଶୋଭାଯାତ୍ରାରେ ବିଜୁ ଜନତା ଦଳର ମହିଳା କର୍ମୀମାନେ ଏକଜୁଟ ହୋଇ ବବିତାଙ୍କ ପାଇଁ ଭୋଟ ଭିକ୍ଷା ମଧ୍ୟ କରିଛନ୍ତି।କର୍ମୀ ମାନେ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ସହ ବିଜେଡି ଶାସନ କାଳରେ ହୋଇଥିବା ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ଭୋଟର ମା ଭଉଣୀ ମାନଙ୍କୁ ଅବଗତ କରିଥିଲେ ।

ଏହି ବିଶାଳ ଶୋଭାଯାତ୍ରାରେ ଜିଲ୍ଲା ପରିଷଦ ସଭ୍ୟ କୁନାଲ ରାଉତ,ନିର୍ମଳ ରାଉତ, ପ୍ରଦୀପ କୁମାର ଦାସଙ୍କ ସମେତ ବହୁ ଆଗଧାଡିର କର୍ମୀ ସହଯୋଗ କରି ଭୋଟ ଭିକ୍ଷା କରିଥିଲେ।ସେହିପରି ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ ଓ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନକୁ ନେଇ ୫୨ ମଣ୍ଡଳ ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା।ରବିବାର ସକାଳେ ଢାୱା ସ୍ଥିତ ବାବା ସୋମନାଥ ମନ୍ଦିର ପ୍ରାଙ୍ଗଣରେ ବହୁ ସଂଖ୍ୟକ ସଂକୀର୍ତ୍ତନ ଦଳ ଏକତ୍ରିତ ହୋଇ ବାବାଙ୍କ ଆଜ୍ଞାମାଳ ନେଇ ୩୦ ନଂ ଜୋନର ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀନୀ ବବିତାଙ୍କ ପାଇଁ ଗାଁ ଗାଁ ବୁଲି ଅଭିନବ ଉପାୟରେ ସଂକୀର୍ତ୍ତନ ପରିବେଷଣ କରିଥିଲେ।ଜୋନର ପାଞ୍ଚ ପଞ୍ଚାୟତର ବିଭିନ୍ନ ଗ୍ରାମର ଛକ ବଜାର ଆଦି ସ୍ଥାନ ମାନଙ୍କରେ ସଙ୍କୀର୍ତ୍ତନ ଦଳ ରାଜ୍ୟ ସରକାରଙ୍କ ସମସ୍ତ ଉନ୍ନତିମୂଳକ କାର୍ଯ୍ୟର ଜୟଗାନ କରିଥିଲେ।

Leave a Reply

Your email address will not be published.