ଗଣ୍ଡରପୁର ଘେରିବନ୍ଧ ରାସ୍ତା ପ୍ରଶସ୍ତିକରଣ ଓ ମିଶନ ଶକ୍ତି ଘର ଉଦଘାଟନ କଲେ ବିଧାୟକ ସୁଶାନ୍ତ ରାଉତ

ଭୂବନେଶ୍ୱର, (ନାଗରାଜ ନ୍ୟୁଜ): ଶୁ‌କ୍ରବାର ଦିନ ଭୂବନେଶ୍ୱର ଉପକଣ୍ଠ ଗଣ୍ଡରପୁର ଠାରେ ଥିବା ଘେରିବନ୍ଧ ରାସ୍ତାର ପ୍ରସ୍ତତିକରଣ କାର୍ଯ୍ୟର ଶିଳାନ୍ୟାସ ସାଙ୍ଗକୁ ମହିଳା ମାନଙ୍କପାଇଁ ମିଶନ ଶକ୍ତି ଗୃହ ଉଦଘାଟିତ ହୋଇଯାଇଛି । ଭୂବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଏହି ଘେରିବନ୍ଧ ରାସ୍ତା ମୁଖ୍ୟତଃ ବନ୍ୟା ସମୟରେ ୫ଟି ପଞ୍ଚାୟତବାସୀଙ୍କୁ ବନ୍ୟା କବଳରୁ ସୁରକ୍ଷା ପ୍ରଦାନ କରିଥାଏ । ହେଲେ ଦୀର୍ଘ ଦିନ ଧରି ଏହି ରାସ୍ତାର ପ୍ରଶସ୍ତିକରଣ ପାଇଁ ଦାବି ହୋଇଆସୁଥିଲା । ଯାହା ଏବେ ପୁରଣ ହେବାକୁ ଯାଉଛି । ପ୍ରାୟ ୨ କୋଟି ୩୫ ଲକ୍ଷ ଟଙ୍କା ବ୍ୟୟ ବରାଦରେ ପ୍ରତାପନଗରୀରୁ ଗଣ୍ଡରପୁରକୁ ଲମ୍ବିଥିବା ୨ କି.ମି ଘେରିବନ୍ଧ ରାସ୍ତାର ପ୍ରଶସ୍ତିକରଣ କରାଯିବ ।

`

ଏହି କାର୍ଯ୍ୟକୁ ନାର୍ବାଡ ସହାୟତାରେ ଜଳସମ୍ପଦ ବିଭାଗ ମୁଣ୍ଡଳିକୁ ହସ୍ତାନ୍ତର କରାଯାଇଥିବା ବେଳେ ଏକ ବର୍ଷ ମଧ୍ୟରେ ଏହାର କାର୍ଯ୍ୟ ସମାପ୍ତ ହେବ ବୋଲି ସୂଚନା ମିଳିଛି । ଅନ୍ୟପଟେ ଗଣ୍ଡରପୁର ଯାତ୍ରା ପଡିଆ ଠାରେ ତିଆରି ହୋଇଥିବା ମହିଳାମାନଙ୍କର ମିଶନ ଶକ୍ତି ଗୃହକୁ ମଧ୍ୟ ବିଧାୟକ ଉଦଘାଟିତ କରିଛନ୍ତି । ଯୁବ ନେତୃତ୍ୱ ଉମାକାନ୍ତ ହାତୀଙ୍କ ତତ୍ୱାବଧାନତାରେ ଶତାଧିକ ମହିଳା ଓ ପୁରୁଷମାନେ ବିଧାୟକଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଇଛନ୍ତି ।

Leave a Reply

Your email address will not be published.