କଟକ ରେଳ ଷ୍ଟେସନରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ଜବତ

କଟକ, (ନାଗରାଜ ନ୍ୟୁଜ): କଟକ ରେଳ ଷ୍ଟେସନରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ଜବତ ହୋଇଛି । ଜବତ ହୋଇଥିବା ୪ଟି ବ୍ୟାଗରେ ଲକ୍ଷାଧିକ ଟଙ୍କା ଥିବା ମିଳିଛି, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୦ ଲକ୍ଷରୁ ଅଧିକ । ୪ଟି ବ୍ୟାଗରେ ଭର୍ତ୍ତି ହୋଇ ରହିଛି କେବଳ ୧୦ ଓ ୨୦ ଟଙ୍କିଆ ନୋଟ୍ । ଭୁବନେଶ୍ୱରରୁ ଦିଲ୍ଲୀ ଗଲା ବେଳେ ବ୍ୟାଗ୍ ଜବତ କରିଛି ଆରପିଏଫ୍ ।

ରାଜଧାନୀ ଏକ୍ସପ୍ରେସରେ ଗଲା ବେଳେ ଆରପିଏଫ୍ ଧରିଥିବା ସୂଚନା ମିଳିଛି । ଟଙ୍କା ବ୍ୟାଗ୍ ଧରି ଦିଲ୍ଲୀ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ଜେରା ଚାଲିଛି । ରାଜଧାନୀ ଏକ୍ସପ୍ରେସରେ ଦିଲ୍ଲୀ ଟଙ୍କା ନେଇ ଯାଉଥିବା ବ୍ୟକ୍ତିଙ୍କ ନାଁ ଏ.କେ. ସ୍ୱାଇଁ ବୋଲି ଜଣାପଡିଛି । କାହା ପାଖକୁ ଟଙ୍କା ପଠାଯାଉ ଥିଲା ବୋଲି ପ୍ରଶ୍ନ ପଚାରିବାରୁ ଏ.କେ. ସ୍ୱାଇଁ କୌଣସି ଉତ୍ତର ଦେଇ ନାହାନ୍ତିି । ଘଟଣାରେ ଅଧିକ ତଥ୍ୟ ଜାଣିବା ପାଇଁ ପୋଲିସ ଛାନଭିନ୍ ଜାରି ରଖିଛି ।

Leave a Reply

Your email address will not be published.