ଆଜି ସକାଳର କିଛି ଖବର
ତାରିଖ – ୧୨/୧୨/୨୦୨୦(ଶନିବାର)

୧. କୃଷି ବିଲ ଉଚ୍ଛେଦ ଦାବିରେ ଅଟଳ ଚାଷୀ ସଂଗଠନ , ଆଜି ଦିଲ୍ଲୀ-ଜୟପୁର ରାସ୍ତା ଅବରୋଧ ।

୨. ନୂଆଦିଲ୍ଲୀ ରେ ଚାଷୀ ଆନ୍ଦୋଳନ ସ୍ଥଳରେ ଲାଗିଲା ଦେଶଦ୍ରୋହୀ ଅଭିଯୁକ୍ତଙ୍କ ପୋଷ୍ଟର ।

୩. ତାଳଚେର ସାର କାରଖାନା ହେବ ଭାରତର ପ୍ରଥମ କୋଇଲା ଗ୍ୟାସିଫିକେସନ୍ ଆଧାରିତ କାରଖାନା : ଧର୍ମେନ୍ଦ୍ର ।

୪. ରାଜ୍ୟରେ ଦିନକରେ ୩୮୭ ନୂଆ ଆକ୍ରାନ୍ତ , ୪୦୮ ସୁସ୍ଥ , ୪ ମୃତ , ୧୭୯୮ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା ।

୫. ଭାରତର ଉର୍ଜା କ୍ଷେତ୍ରରେ କତାର ପୁଞ୍ଜିନିବେଶ ପାଇଁ ଗଠନ ହେବ ଟାସ୍କ୍ ଫୋର୍ସ : ଧର୍ମେନ୍ଦ୍ର ।

୬. ନବନିଯୁକ୍ତ କୁଳପତିମାନଙ୍କ ସହିତ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବୈଠକ ; ଉଚ୍ଚଶିକ୍ଷା କ୍ଷେତ୍ରରେ ସଂସ୍କାରମୂଳକ କାର୍ଯ୍ୟ ଓ ଗବେଷଣା ଦିଗରେ କୁଳପତିମାନେ ଗୁରୁତ୍ୱ ଦିଅନ୍ତୁ : ମନ୍ତ୍ରୀ।

୭. ଆଫଗାନିସ୍ତାନ ଶାନ୍ତି ପ୍ରକ୍ରିୟାର ସଫଳତା ପ୍ରତି ଯତ୍ନବାନ ହେବା ଆବଶ୍ୟକ : ପ୍ରଧାନମନ୍ତ୍ରୀ ମୋଦି ।

୮. ଚାଷୀ ଆନ୍ଦୋଳନ ପ୍ରଶ୍ନରେ ଭାରତ-ପାକ୍ କଥା କହିଲେ ବ୍ରିଟିଶ ପିଏମ୍ ।

୯. ରାଉରକେଲାରେ ଅନ୍ତର୍ଜାତୀୟ ହକି ଫେଡେରେସନ୍ ଅଧ୍ୟକ୍ଷ ।

୧୦. ଫିଟ୍ ହେଲେ ରୋହିତ ଶର୍ମା : ୧୪ ରେ ଯିବେ ଅଷ୍ଟ୍ରେଲିଆ ।

୧୧. ବ୍ୟାଟିଂରେ ଚମକିଲେ ଯଶପ୍ରୀତ ବୁମରା ।

୧୨. ଚାଷୀ , ମିଶନ ଶକ୍ତି ଓ ଏମ୍ଏସ୍ଏମଓ କ୍ଷେତ୍ରକୁ ଋଣ ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ ।

୧୩. ଆରବିଆଇର ଘୋଷଣା : ଡିଜିଟାଲ ପେମେଣ୍ଟ୍ କ୍ଷେତ୍ରରେ ୧୪ରୁ ବଦଳିଯିବ ନିୟମ ।
୧୪. ଭୁବନେଶ୍ୱର : ବର୍ଦ୍ଧିତ ବିଦ୍ୟୁତ ବିଲ ପ୍ରତ୍ୟାହାର ଦାବି ।

୧୫. ଭୁବନେଶ୍ୱର : ୧୪ ଦିନରେ ପହଞ୍ଚିଲା ଏଏନ୍ଏମ୍ କର୍ମୀଙ୍କ ଧାରଣା । ‘ଦାବି ପୂରଣ ନ ହେବା ଯାଏ ରାଜରାସ୍ତାରେ ବସି ରହିବୁ’ ।

୧୬. ଭାରତ ପ୍ରଥମ ଇନିଂସରେ ଅଗ୍ରଣୀ । ମାତ୍ର ୨୧ ରନ୍ ଭିତରେ ଆଉଟ୍ ହେଲେ ଭାରତର ୭ ବ୍ୟାଟ୍ସମ୍ୟାନ୍ । ବୁମରାଙ୍କ ଅର୍ଦ୍ଧଶତକ , ରଖିଲେ ସମ୍ମାନ ।

୧୭. ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର । ଆଜି ଛତିଶା ନିଯୋଗ ବୈଠକରେ ହେବ ଆଲୋଚନା ।

୧୮. ଭୁବନେଶ୍ୱର : ଗର୍ଭଧାରଣ ପୋର୍ଟାଲ ଲୋକାର୍ପିତ ।

୧୯. ଭାରତ-ବାଂଲାଦେଶ ମଧ୍ୟରେ ରେଳମାର୍ଗ ।

୨୦. ଖ୍ରୀଷ୍ଟମାସ ପରେ ଭାରତକୁ ମିଳିବ ଟିକା ।

୨୧. ଅନୁସୂଚୀତ ଜାତି ଓ ଜନଜାତି ବିଭାଗର ଷ୍ଟାଣ୍ଡିଂ କମିଟି ବୈଠକ ।

କରୋନା ସତର୍କ : ଆମେ ସଚେତନ ହେଲେ ନିଜକୁ ଓ ନିଜ ପରିବାରକୁ ସୁରକ୍ଷିତ ରଖିପାରିବା । ମାସ୍କ ପିନ୍ଧିବା, ଶାରୀରିକ ଦୂରତା ରଖିବା, ଏବଂ ବାରମ୍ବାର ହାତ ଧୋଇବା -ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର । ?ସୁପ୍ରଭାତ?

Leave a Reply

Your email address will not be published.