ଟ୍ରକ୍ ଧକ୍କାରେ ମା ମୃତ, ପୁଅ ଗୁରୁତର ଆହତ

କଟକ, (ନାଗରାଜ ନ୍ୟୁଜ): ୧୬ ନମ୍ୱର ଜାତୀୟ ରାଜପଥ ସଦର ଥାନା ବାମ୍ଫକୁଦ ଠାରେ ଟ୍ରକ୍ ଧକ୍କାରେ ଘଟଣା ସ୍ଥଳରେ ମା ମୃତ୍ୟୁ ବରଣ କରିଥିବାବେଳେ ପୁଅ ଗୁରୁତର ହୋଇ କଟକ ବଡ଼ ମେଡିକାଲରେ ଭର୍ତି ହୋଇଛନ୍ତି । କଟକରୁ ଭୁବନେଶ୍ୱର ଅଭିମୁଖେ ବାଇକରେ ମା ପୁଅ ଆସୁଥିବାବେଳେ ପଛ ପଟୁ ଦୃତବେଗରେ ଆସୁଥିବା ଏକ ଟ୍ରକ ବାଇକକୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଟ୍ରକ୍ ଚକ ତଳେ ଚାପିହୋଇ ମାର ମୃତ୍ୟୁ ଘଟି ଥିବାବେଳେ ପୁଅ ଗୁରୁତର ହୋଇ କଟକ ବଡ଼ ମେଡିକାଲରେ ଭର୍ତି ହୋଇଛି । ସଦର ପୋଲିସ ଓ ଟ୍ରାଫିକ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ଦୁର୍ଘଟଣା ଗ୍ରସ୍ତଙ୍କ ପରିଚୟ ମିଳି ନାହିଁ । ଦୁର୍ଘଟଣା ଘଟାଇ ଟ୍ରକ୍ ଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।

Leave a Reply

Your email address will not be published.