ଖ୍ରୀଷ୍ଟ କଲେଜରେ ବିଶ୍ଵ ଏଡସ୍ ଦିବସ ପାଳିତ

କଟକ, (ନାଗରାଜ ନ୍ୟୁଜ): ଖ୍ରୀଷ୍ଟ କଲେଜରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ( ଏନ.ସି.ସି) ଓ ଯୁବ ରେଡକ୍ରସ୍ ତରଫରୁ ବିଶ୍ଵ ଏଡସ୍ ଦିବସ ପାଳିତ ହୋଇଯାଇଛି । କଲେଜ ଅଧ୍ୟକ୍ଷା ଶ୍ରୀମତୀ ମଧୁମିତା ପାତ୍ର ଏହି ସଚେତନତା କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । କଲେଜର ଏନ.ସି.ସି କ୍ୟାଡେଟ୍ ଓ ସ୍ୱେଚ୍ଛାସେବୀମାନେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା ସହ ବିଭିନ୍ନ ପ୍ଲାକାର୍ଡ ମାଧ୍ୟମରେ ଏଡସ ଦିବସର ବାର୍ତ୍ତା ପ୍ରଚାର କରିଥିଲେ । ଏହି କାର୍ଯ୍ୟକ୍ରମକୁ ଏନ.ସି.ସି ର ଲେଫଟନାଣ୍ଟ ଡଃ ଜ୍ଞାନେଶ୍ଵର ରଥ,ଯୁବ ରେଡକ୍ରସ୍‌ ର ପରାମର୍ଶଦାତା ଅଧ୍ୟାପକ ଶୋଭନ ପଣ୍ଡା, ସଂଯୋଜକ ଡା. ପ୍ରଦୀପ୍ତ କୁମାର ପତି, ଅଧ୍ୟାପକ ଶିବାନନ୍ଦ ମହାନ୍ତି ଓ ଅଧ୍ୟାପିକା ଶ୍ରଦ୍ଧାଞ୍ଜଳି ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published.