୧ ଟଙ୍କାରେ ଘର ଦେବେ ଯୋଗୀ ସରକାର

ଲକ୍ଷ୍ନୌ, (ନାଗରାଜ ନ୍ୟୁଜ): ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ ସରକାର ୧ ଟଙ୍କାରେ ଘର ଦେବା ପାଇଁ ଘୋଷଣା କରିଛନ୍ତି । ଯାହା ଉତ୍ତରପ୍ରଦେଶର ଗ୍ରୁପ ସି ଓ ଡିର ଲକ୍ଷାଧିକ କର୍ମଚାରୀ ଏବଂ ଓକିଲଙ୍କୁ ସବସିଡିରେ ଜରିଆରେ ମିଳିବ । ଏନେଇ ପ୍ରସ୍ତୁତି ମଧ୍ୟ ଜୋରସୋରର ଚାଲିଛି । ଏହି ଘର କିଣିବା ପାଇଁ କର୍ମଚାରୀଙ୍କୁ ମାତ୍ର ୧ ଟଙ୍କା ଦେବାକୁ ପଡ଼ିବ ।

ସୂଚନାନୁସାରେ, ଉଚ୍ଚ ଅଧିକାରୀଙ୍କ ବୈଠକରେ ଏହି ଯୋଜନାଗୁଡ଼ିକର ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି । ଉଚ୍ଚ ସ୍ତରରୁ ଅନୁମୋଦନ ପରେ ଏହି ପ୍ରସ୍ତାବ କ୍ୟାବିନେଟ ଦ୍ୱାରା ପାରିତ ହେବ । ଏହା ପରେ ହିଁ ହଜାର ହଜାର କର୍ମଚାରୀ ଏହି ଯୋଜନାର ଲାଭ ପାଇପାରିବେ । କ୍ରେତାଙ୍କୁ ଏହି ସର୍ତ୍ତରେ ଘର ଦିଆଯିବ ଯେ, ସେମାନେ ଏହାକୁ ୧୦ ବର୍ଷ ପର୍ଯ୍ୟନ୍ତ ବିକ୍ରି କରି ପାରିବେ ନାହିଁ । ସୂଚନାଯୋଗ୍ୟ ଯେ ଗ୍ରୁପ୍ ସି ଏବଂ ଡି କର୍ମଚାରୀଙ୍କୁ ରିହାତିରେ ଘର ଯୋଗାଇବା ପାଇଁ ଏପର୍ଯ୍ୟନ୍ତ କୈାଣସି ବ୍ୟବସ୍ଥା ନାହିଁ । ଏଭଳି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏହି ନିଷ୍ପତ୍ତିକୁ ସରକାରୀ କର୍ମଚାରୀ ଏବଂ ସେମାନଙ୍କ ପରିବାର ପସନ୍ଦ କରିପାରନ୍ତି ।

Leave a Reply

Your email address will not be published.