ବିଭିନ୍ନ ଦାବି ରଖିଲେ ସାଂସଦ ନିରଞ୍ଜନ ବିଶି

ବଲାଙ୍ଗୀର,(ନାଗରାଜ ନ୍ୟୁଜ): ହୋ ମୁଣ୍ଡାରୀ ଭୂମିଜ ଆଦିବାସୀ ଭାଷା କୁ ସମ୍ବିଧାନ ର ଅଷ୍ଟମ ସୂଚୀରେ ସାମିଲ , କେନ୍ଦୁପତ୍ର ରୁ ଜିଏସଟି ଛାଡ଼ ଟିଏସପି ଲାଗୁ ଏବଂ ଆଦିବାସୀ ଗୋଷ୍ଠୀ ଙ୍କୁ ଆଦିବାସୀ ତାଲିକାରେ ଦାବୀ କଲେ ସାଂସଦ ନିରଞ୍ଜନ ବିଶି. ଓଡିଶା ରାଜ୍ୟରେ ଥିବା ବାସଠି ପ୍ରକାର ଆଦିବାସୀ ସମ୍ପ୍ରଦାୟ ମଧ୍ୟରୁ ୧୬୯ ଅଂଶ, ବଂଶ,ଗୋଷ୍ଠୀ ଯଥା ସଅର,ତlମlଡ଼ିଆ,ଭଞ୍ଜପୁରାଣ,କଳଙ୍ଗା,ପହଁରିଆ,ଝୋଡ଼ିଆ,ମାଙ୍କିଡିଆ,ଦୁରୁଆ,ଚୁକଟିଆ ଭୁଞ୍ଜିଆ,ପାଉଡି ଭୁଞ୍ଜିଆ,ଅ ମାନଟିଆ,ବେଲଦାର ଗଣ୍ଡ,ବୁଡୁ କନ୍ଧ,ବୁଢ଼ା କନ୍ଧ, ଭୋକତା,ବୋଡା ଶବର,ବୋଇ ଗଦବା,ବାରେଙ୍ଗା ଝୋଡ଼ିଆ,ପରଜା,ଚେରେଙ୍ଗା କୋଲ୍ହ,ଚପୁଅ କମାର,ଏରେଙ୍ଗା ମୁଣ୍ଡା,ଏରେଙ୍ଗା କୋଲ୍ହ,ଗୁମ୍ଫା କୋୟା,ଯୋଡ଼ିଆ କନ୍ଧ,କନୱାର,ଖଣ୍ଡାୟତ ଭୂୟାଁ,କନ୍ଧିଆ,କୋରା,ନାଗେଶ୍ୱର,ନlଗବନସି ମୁଣ୍ଡା,ଓଲେରା ଗଦବା,ପୁରାଣ,ପାହାଡି ଖରିଆ,ସାନ ଗଦବା,ନାକାସିଆ,ଭୂଇଁହାର,ପ୍ରମୁଖ ଛାଡ଼ିହୋଇଥିବା ଆଦିବାସୀ ସମ୍ପ୍ରଦାୟ ର ଗୋଷ୍ଠୀ କୁ ଆଦିବାସୀ ତାଲିକାରେ ସାମିଲ କରିବା ପାଇଁ ଓଡିଶା ର ମୁଖ୍ୟମନ୍ତ୍ରୀ ସୁପାରିଶ କରିଛନ୍ତି l ସମ୍ବିଧାନ ପ୍ରଦତ୍ତ ଅଧିକାର ରୁ ଉକ୍ତ ଆଦିବାସୀ ଗୋଷ୍ଠୀ ବଞ୍ଚିତ ହେଉଛନ୍ତି l ଶିକ୍ଷା,ସାମାଜିକ,ଅର୍ଥନୈତିକ,ରାଜନୈତିକ ଅଧିକାର ରୁ ଏହି ଆଦିବାସୀ ମାନଙ୍କୁ ବିକଶିତ କରିବାକୁ ହେଲେ ରାଜ୍ୟ ଆଦିବାସୀ ତାଲିକାରେ ସାମିଲ କରିବା ଆବଶ୍ୟକ ବୋଲି ସାଂସଦ ଶ୍ରୀ ବିଶି ପ୍ରକାଶ କରିଥିଲେ l ଦ୍ଵିତୀୟ ରେ ଓଡିଶା ରାଜ୍ୟର ୮ ଲକ୍ଷ କେନ୍ଦୁପତ୍ର ତୋଳାଳ

Leave a Reply

Your email address will not be published.