ପୌର ନିର୍ବାଚନ: ବିଜେପି ହାତରେ ଢେଙ୍କାନାଳରେ ସିଟ୍

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ପୌରାଞ୍ଚଳ ଅଧକ୍ଷା ପଦବୀ ଏଥର ବିଜେପି ଦଖଲ କରିବାରେ ସଫଳ ହୋଇଛି।ବିଜେପି ପାର୍ଥିନି ଜୟନ୍ତୀ ପାତ୍ର ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେଡି ର ଅନିତା ନାୟକ ଙ୍କୁ ୪୧୪୫ ଖଣ୍ଡ ଭୋଟ ରେ ପରାସ୍ତ କରି ଉକ୍ତ ପଦବୀ ର ଅଧିକାରୀ ହୋଇଛନ୍ତି। ୫୧,୧୬୧ ଭୋଟର ଙ୍କ ମଧ୍ୟରୁ ୩୧,୬୫୨ ଜଣ ଭୋଟ ଦେଇଥିଲେ । ସେଥିମଧ୍ୟରୁ ବିଜେଡି ର ଅନୀତା ନାୟକ ୧୨,୭୧୯ , ବିଜେପି ର ଜୟନ୍ତୀ ପାତ୍ର ୧୬,୮୬୪.କଂଗ୍ରେସ ର ସ୍ମିତା ରାଣୀ ପାତ୍ର ୭୩୪. ଓଡିଶା ଜନତା ପାର୍ଟିର ରାଜଲକ୍ଷ୍ମୀ ବେହେରା ୪୦୩. ଆମ୍ ଆଦମୀ ପାର୍ଟିର ସୋନାଲି ରାଉତ ୩୬୭. ସ୍ୱାଧୀନ ପ୍ରାର୍ଥୀ ଗୁଡିଆ ଶର୍ମା ୧୫୧ ଓ ମାଳତି ପାଣି ୧୪୦ ଖଣ୍ଡ ଭୋଟ ପାଇଥିବା ବେଳେ ୨୭୪ ଖଣ୍ଡ ଭୋଟ ନୋଟା କୁ ଯାଇଛି। କାଉନସିଲର କଥା କହିବା ମୋଟ ୨୩ ଗୋଟି ୱାର୍ଡ ମଧୟରୁ ୨,୩,୪,୫,୬,୭,୧୨,୧୩,୧୬, ୧୭,୧୮,୨୦,୨୩ ନମ୍ବର ୱାର୍ଡ ବିଜେଡି ହାତକୁ ଯାଇଥିବା ବେଳେ ୧,୮,୯,୧୦,୧୧,୧୫,୧୯,୨୧, ୨୨ ନମ୍ବର ୱାର୍ଡ ବିଜେପି ହାତକୁ ଯାଇଛି ତେବେ ୧୪ ନମ୍ବର ୱାର୍ଡ ର ପାର୍ଥୀ ବିଜେଡି ଟିକେଟ ରୁ ବଞ୍ଚିତ ହେବାପରେ ସ୍ଵାଧୀନ ଭାବରେ ଲଢି ଜିତିଛନ୍ତି । ଅର୍ଥାତ୍ ବିଜେଡ଼ି ୧୩ ଟି ୱାର୍ଡ , BJP ୯ ଟି ୱାର୍ଡ, ଏବଂ ସ୍ୱାଧିନ ୧ଟି ୱାର୍ଡରେ ଜିତିଛନ୍ତି ।

ସେହିଭଳି ଯଦି କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦ କଥା କହିବା ଏହା ହେଉଛି ଖଣି ତଥା ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ଗଡ଼ ଏଠାରେ ସମସ୍ତ ଦଳ ଧରାସାୟୀ କେହିଜଣେ ବିଜେଡି ର ପାଖ ମାଡ଼ି ପାରିନାହାନ୍ତି। ଏଠାରେ ୧୩,୩୭୧ ଭୋଟରଙ୍କ ମଧ୍ୟରୁ ୧୦,୬୫୩ ଜଣ ମତଦାତା ମତଦାନ କରିଥିଲେ। ଯେଉଁଥିରେ ବିଜେଡିର ଧର୍ମାନନ୍ଦ ପରିଡ଼ା ସର୍ବାଧିକ ୮,୨୫୬ ଖଣ୍ଡ ଭୋଟ ପାଇ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ଠାରୁ। ୬୪୬୩ ଖଣ୍ଡ ଭୋଟ ରେ ବିଜୟୀ ହୋଇଛନ୍ତି । ଯେଉଁଠି କଂଗ୍ରେସ ପ୍ରାର୍ଥୀ ସନ୍ତୋଷ କୁମାର ମହାରଣା ଙ୍କୁ ମାତ୍ର ୧୬୮ ଖଣ୍ଡ ଭୋଟ ମିଳିଛି। ୧୫ ଟି ୱାର୍ଡ ମଧ୍ୟରୁ ସମସ୍ତ ୱାର୍ଡ ରେ ବିଜେଡି ପ୍ରାର୍ଥୀ ହିଁ ଜିତିଛନ୍ତି ତେଣୁ ସମ୍ପୁର୍ଣ୍ଣ କାମାକ୍ଷାନଗର ଏବେ ବିଜେଡି କଵଜାରେ । ଭୁବନ ବିଜ୍ଞାପିତ ପରିଷଦ ମଧ୍ୟ ପୂର୍ବ ଭଳି ବିଜେଡି କବଜାରେ ରହିଛି ବିଜେଡି ପ୍ରାର୍ଥୀ ଶୁଭେନ୍ଦୁ ସାହୁ ୭,୭୭୮ ଖଣ୍ଡ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ର ନରହରି ସାହୁ ୫,୮୭୪ ଖଣ୍ଡ ଭୋଟ ପାଇଥିଲେ। ତେଣୁ ୧୯୦୪ ଖଣ୍ଡ ଭୋଟ ରେ ବିଜେଡି ପଲା ଭାରି ପଡ଼ିଛି । ୧୫ଟି ୱାର୍ଡ ମଧ୍ୟରୁ ୮ଟି ରେ ବିଜେଡି ଓ ୭ଟି ରେ ବିଜେପି ଦଖଲ କୁ ଆଣିଛି। ୱାର୍ଡ ନମ୍ବର ୧,୩,୭,୯,୧୧,୧୨,୧୪,୧୫ ବିଜେଡି ପ୍ରାର୍ଥୀ ଦଖଲକୁ ନେଇଥିବା ବେଳେ ୱାର୍ଡ ନମ୍ବର ୨,୪,୫,୬,୮,୧୦ ଓ ୧୩ ନମ୍ବର ୱାର୍ଡ BJP ଦଖଲରେ ରହିଛି ।

ଢ଼େଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ 

Leave a Reply

Your email address will not be published.