କେନ୍ଦୁଝର ଜିଲ୍ଲାରେ ପହଞ୍ଚିଲା ମୋ ଅନୁଷ୍ଠାନ ସାହିତ୍ୟ ସଂସଦ

ଖଇରା,(ନାଗରାଜ ନ୍ୟୁଜ): ଗଦ୍ୟ ସାହିତ୍ୟର ଉନ୍ନତି ନିମନ୍ତେ ଗତ ୨୦୧୯ ମସିହାରେ ବାଲେଶ୍ଵର ଜିଲ୍ଲା ଖଇରା ଠାରେ ଗଢି ଉଠିଥିବା ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ପହଞ୍ଚିଛି କେନ୍ଦୁଝର ଜିଲ୍ଲାରେ । ଏହା ଏକ ସାହିତ୍ୟ, ସମ୍ବାଦ, ସମାଜସେବା ଏବଂ ସାହିତ୍ୟ ଶିକ୍ଷାର ଅନୁଷ୍ଠାନ । ଅନୁଷ୍ଠାନ ଦ୍ବାରା ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ ପ୍ରମାଣ ପତ୍ର ଏବଂ ସମ୍ବର୍ଦ୍ଧିତ କରାଯାଇଥାଏ । ବିଭିନ୍ନ ବର୍ଗରୁ ଉପଯୁକ୍ତ ତାରକା ମାନଙ୍କୁ ଖୋଜି ଖୋଜି ସମ୍ମାନରେ ସମ୍ମାନିତ କରିଥାଏ ଅନୁଷ୍ଠାନ । ସେହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ହାବଳେଶ୍ବର ଗ୍ରାମରେ ପହଞ୍ଚିଛି ମୋ ଅନୁଷ୍ଠାନ । ସାହିତ୍ୟ ଏବଂ ସମାଜ ସେବାକୁ ଭଲ ପାଉଥିବା ରୀତାରାଣୀ ମହାଳିକ ଏବଂ ଗୀତାରାଣୀ ମହାଳିକଙ୍କୁ କରୋନା ଯୋଦ୍ଧା ପ୍ରମାଣ ପତ୍ର-୨୦୨୧ ପ୍ରଦାନ କରିଛି ଅନୁଷ୍ଠାନ । ସାମ୍ପ୍ରତିକ କରୋନା ମହାମାରୀ ସମୟରେ ନିଜ ଅଞ୍ଚଳବାସୀଙ୍କୁ ସଚେତନ କରାଇବା ଥିଲା ତାଙ୍କର ମୂଳ ଲକ୍ଷ୍ୟ । ନିଜେ ସଚେତନ ହେବା ସହିତ ଅନ୍ୟକୁ ସଚେତନ ଏବଂ ପରାମର୍ଶ ଦେଇ ଅନେକ ଲୋକଙ୍କର ପ୍ରିୟଭାଜନ ହୋଇପାରିଛନ୍ତି ।

ଏଭଳି ସମାଜସେବାରେ ସୁନାମ ଅର୍ଜନ କରିଥିବା ମହିଳା ଦ୍ବୟଙ୍କୁ ମୋ ଅନୁଷ୍ଠାନ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ଗ୍ରାମରେ ଭେଟି ପ୍ରଦାନ କରିଛନ୍ତି କରୋନା ଯୋଦ୍ଧାପ୍ରମାଣ ପତ୍ର-୨୦୨୧ ଏବଂ ବାର୍ଷିକ ମୁଖପତ୍ର ” ସମ୍ପୂର୍ଣ୍ଣା ” । ସେହିପରି ଲେଖନୀ ଚାଳନା ମାଧ୍ୟମରେ କରୋନା ସଚେତନା ଓ ପରାମର୍ଶ ଦେବାରେ କବି କବୟିତ୍ରୀ ମାନେ ମଧ୍ୟ କମ୍ ନୁହନ୍ତି । ଏଥିପାଇଁ ହାଟଡିହି ବ୍ଲକ ଓରାଳି, କେନ୍ଦୁଝରର କବୟିତ୍ରୀ ଦୀପ୍ତି ଦେବଦର୍ଶିନୀ ସୂତାର ଏବଂ ହାସମୟୀ ରାଜ୍, ଭଦ୍ରକ ଜିଲ୍ଲା ଅଡାଳପଙ୍କ, ବନ୍ତର ସୁସାହିତ୍ୟିକ ଓ ଷ୍ଟେସନାରୀ ଦୋକାନୀ ଅଭୟ କୁମାର ଶଙ୍ଖୁଆ ପ୍ରମାଣ ପତ୍ର ଓ ବାର୍ଷିକ ମୁଖପତ୍ର ସମ୍ପୂର୍ଣ୍ଣା ପ୍ରଦାନ କରିଛନ୍ତି ନିଜେ ସମ୍ପାଦକ ଶ୍ରୀ ବେହେରା । ଏ ପ୍ରୋଗ୍ରାମ ଜାରି ରହିବା ସହିତ ଆଗକୁ ଆହୁରି ଅନେକ ଦୂର ଯିବାର ଲକ୍ଷ୍ୟ ଅଛି ବୋଲି ସମ୍ପାଦକ ପ୍ରକାଶ କରିଛନ୍ତି ।

 

Leave a Reply

Your email address will not be published.