୩ଦିନ ଧରି ଚାଲିବ ନଛିପୁର ହାଇସ୍କୁଲ ରଜତ ଜୟନ୍ତୀ

ବାଲେଶ୍ଵର, (ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲା ଖଇରା ବ୍ଲକ ପଳସା ଗ୍ରାମପଞ୍ଚାୟତ ଅଧୀନ ନଛିପୁର ହାଇସ୍କୁଲ ରଜତ ଜୟନ୍ତୀ ଉତ୍ସବ ୧୨ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଅନୁଷ୍ଠିତ ହେବ । ପ୍ରସ୍ତୁତି ବୈଠକ ପରେ ପରିଚାଳନା କମିଟିର ସଭାପତି ଭରତ ଚନ୍ଦ୍ର ପଣ୍ଡାଙ୍କ ତରଫରୁ ଉତ୍ସବ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରାଯାଇଛି । ୧୦ ଓ ୧୧ ତାରିଖ ୨ ଦିନ ଧରି ବ୍ଲକ ସ୍ତରୀୟ କ୍ରୀଡା, ବକ୍ତୃତା ଓ ଅନ୍ୟାନ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ । ୧୨ ତାରିଖ ପୁର୍ବାହ୍ନରେ ବିଜ୍ଞାନ ମେଳା ଓ ଅପରାହ୍ନରେ ଜୟନ୍ତୀ ଉଦଘାଟିତ ହେବ । ୧୩ ତାରିଖରେ ଦ୍ୱିତୀୟ ଦିବସ ପୂର୍ବାହ୍ନରେ ନାରୀ ଶିକ୍ଷା ଓ ସମାଜରେ ଏହାର ପ୍ରଭାବ ବିଷୟ ଉପରେ ଏକ ସେମିନାର ଆୟୋଜିତ ହେବ ।

୧୪ ତାରିଖ ଉଦଯାପନି ଦିବସ ପ୍ରଥମାର୍ଦ୍ଧରେ ଶୀର୍ଷକ ଓଡିଆ ଶାସ୍ତ୍ରୀୟ ଭାଷା ସମୃଦ୍ଧିରେ ଖଇରାର ଐତିହାସିକ ଘଟଣାବଳୀର ଅବଦାନ ଉପରେ ଏକ ସେମିନାର ଅନୁଷ୍ଠିତ ହେବ । ଅପରାହ୍ନରେ ଉଦଯାପନି ସଭା ଅନୁଷ୍ଠିତ ହେବ । ଯେଉଁଥିରେ ଓଡିଶା ମନ୍ତ୍ରୀ ପରିଷଦର ବହୁ ମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପ୍ରତ୍ୟେକ ଦିନ ସଭା ଶେଷରେ ଓଡିଶା ସଂସ୍କୃତି ବିଭାଗ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛିଛି । ଏହା ବ୍ୟତୀତ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲଙ୍କ ଦ୍ବାରା ଭରଚୁଅଆଲ ମାଧ୍ୟମରେ କାର୍ଯ୍ୟକ୍ରମର ଉଦଘାଟନ ପାଇଁ ଚେଷ୍ଟା ଚାଲିଥିବା ନେଇ ପଣ୍ଡା ପ୍ରକାଶ କରିଛନ୍ତି ।

Leave a Reply

Your email address will not be published.