ନନ୍ଦନକାନନକୁ ଇନ୍ଦୋରରୁ ୮ ଜୀବ ଆସିଲେ


ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ରାତି ସାଢେ ୮ ଟା ବେଳେ ଇନ୍ଦୋର ସ୍ଥିତ କମଳା ନେହେରୁ ପ୍ରାଣୀ ସଂଗ୍ରହଣାଳାୟରୁ ୮ଟି ଜୀବ ଅସିପାହିଁଚିଛନ୍ତି। ଏହି ଜୀବମାନଙ୍କ ମଧ୍ୟରେ ୨ଟି ସିଂହୀ , ୩ଟି ଘଡିଆଳ କୁମ୍ଭୀର (୨ ଅଣ୍ଡିରା ଓ ୧ ମାଈ ),୨ ଅଣ୍ଡିରା ଭାରତୀୟ ଧୁସରଗଧିଆ ଓ ଗୋଟିଏ ମାଈ କୋକିସିଆଳି ଅଛନ୍ତି। ଏମାନଙ୍କୁ ପ୍ରାଣୀ ଚିକିତ୍ସା କେନ୍ଦ୍ରର ପରିସରରେ କ୍ଵାରେନଟିନ୍ ରେ ରଖାଯାଇଛି। ଏମାଙ୍କୁ ଆଣିବା ପାଇଁ ନନ୍ଦନକାନନର ପ୍ରାଣି ବିଶେଷଜ୍ଞ ଡ. ଦେବଦତ୍ତ ମହାପାତ୍ରଙ୍କ ସମେତ ୬ ଜଣିଆ ଦଳ ଗତ ୧୩ ତାରିଖରେ ଇନ୍ଦୋର ଗସ୍ତ କରିଥିଲେ । ଏଠାରୁ ପ୍ରତିବଦଳରେ ଇନ୍ଦୋର କର୍ତୁପକ୍ଷ ୧ଧଳା ଓ ୧ କଳା ବାଘ ନେବାକୁ ଯୋଜନା ରହିଛି।

Leave a Reply

Your email address will not be published.