ଅଚିହ୍ନା ମୃତଦେହର ପରିଚୟ ମିଳିଲା

ବାଲେଶ୍ବର,୧୯/୧୨–ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଡୁଙ୍ଗୁରା ପଞ୍ଚାୟତ ସିମୁଳିଆ ଥାନା କାଂଶବାଂଶ ନଦୀ କୂଳରେ ପଡିଥିଲା ଅଚିହ୍ନା ମୃତଦେହ । ଆଜି ସକାଳେ ସ୍ଥାନୀୟ ଲୋକେ ବାରାପୁର ଗ୍ରାମ୍ଯ ଜଙ୍ଗଲରେ ଜଣେ ଲୋକ ପଡିଥିବାର ଦେଖିବାକୁ ପାଇଥିଲେ । ପଡିଥିବା ଲୋକଟିର ଆନୁମାନିକ ବସୟ ପ୍ରାୟ ୭୦ରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଥିଲା । ତାଙ୍କ ନିକଟରେ ଏକ ସାଇକେଲ ଥିବା ବେଳେ ଗାମୁଛା ,ଜୋତା ଓ ପାଣି ମଗ ପଡିଥିଲା । ଉପରକୁ ମୁହଁ କରି ପଡିଥିଲା ବେଳେ ତାଙ୍କ ଦେହରେ କୌଣସି କ୍ଷତଚିହ୍ନ ନଥିଲା । କିଛି ସମୟ ପାଇଁ ମୃତ୍ୟୁର କାରଣ ଅସ୍ପଷ୍ଟ ଥିଲା । ଖବରପାଇ ଡୁଙ୍ଗୁରା ସରପଞ୍ଚ କଲ୍ଯାଣୀ ଥାନାକୁ ଖବର ଦେଇଥିଲେ । ଗଣମାଧ୍ୟମରେ ଖବର ପ୍ରସାରଣ ହେବାପରେ ମୃତ ବ୍ଯକ୍ତିର ପରିବାର ଲୋକେ ପହଞ୍ଚିଥିଲେ । ପରିବାର ଲୋକଙ୍କୁ ପଚାରିବାରୁ ମୃତ ବ୍ଯକ୍ତିର ନାମ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ଘର ସାକ୍ଷିଗୋପାଳ ଜିଲ୍ଲା ପୁରୀ ହୋଇଥିଲା ବେଳେ ମନୋରଞ୍ଜନ ମହାପାତ୍ର ନାମକ ୨୩ ବର୍ଷ ବୟସର ପୁତ୍ର ଥିବାର ଜଣାପଡିଥିଲା । ତାଙ୍କର ଶ୍ବଶୁର ଘର ବାଲେଶ୍ବର ଜିଲ୍ଲା ଖଇରା ଥାନା ଖାଡିଗୋଛି ଗ୍ରାମ ଏବଂ ସେ କେବେ ଘରେ ରୁହନ୍ତି ନାହିଁ ସବୁବେଳେ ବାହାରେ ବୁଲି ମାଗଣକରି ଚଳନ୍ତି । ବାରାପୁର ଅଞ୍ଚଳରେ ପ୍ରବଳ ବିଷାକ୍ତ ମଦ କାରବାର ଚାଲୁଥିବାରୁ ମଦ୍ଯପାନ ଜନିତ ତାଙ୍କର ମୃତ୍ୟୁ ହୋଇଥାଇପାରେ ବୋଲି ଆସିଥିବା ପରିବାର ଲୋକଙ୍କ ଠାରୁ ଶୁଣିବାକୁ ମିଳିଥିଲା । ଶେଷରେ ପରିବାର ଲୋକେ ମଟରସାଇକେଲ ଯୋଗେ ମୃତଦେହ ଘରକୁ ନେଇଯାଇଥିଲେ ।

Leave a Reply

Your email address will not be published.