ନନ୍ଦନକାନନ: ହୋଲିରେ ନୂଆ ଅତିଥି

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ରାତି ପାହିଲେ ହୋଲି । ଆଜି ସକାଳ ୨.୧୫ ପୂର୍ବାହ୍ନରେ ଏସିଆଟିକ୍ ସିଂହୀ ବିଜିଲି ଗର୍ଭବତୀ ହେବର ୧୦୦ ଦିନ ପରେ ଏକ ଛୁଆକୁ ଜନ୍ମ ଦେଇଛି । ଏସିୟ ସିଂହ ସମ୍ରାଟ ଓ ବିଜିଲରୁ ମିଳନରୁ ଏହି ଛୁଆଟି ଜନ୍ମ ହୋଇଛି । ବିଜଲର ଏହା ଦ୍ୱିତୀୟ ଗର୍ଭର ସନ୍ତାନ । ପ୍ରଥମ ଥର ବିଜିଲି ୨୦୨୧ ମସିହା ଜୁଲାଇ ୭ ତାରିଖରେ ୨ଟି ଛୁଆଙ୍କୁ ଜନ୍ମ ଦେଇଥିଲା । କିନ୍ତୁ ସେମାନଙ୍କୁ ଆପଣାଇ ନଥିଲା । ସେମାନେ ମନୁଷ୍ୟ ପାଳିତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ୩ ଦିନ ପରେ ମରିଯାଇଥିଲା । ଆଉ ଜଣେ ଜୀବିତ ଅଛି । ଯାହାର ନାମ ବର୍ଷା । ଏବେ ଯେଉଁ ସିଂହ ଛୁଆକୁ ବିଜିଲି ଜନ୍ମ ଦେଇଛି । ସେହି ଛୁଆକୁ ଆପଣେଇଛି । ଏବଂ ତାକୁ ଖାଇବାକୁ ଦେଇଛି । ଏହା ଉପରେ ସିସିଟିଭି ଜରିଆରେ ନଜର ରଖାଯାଇଛି । ନନ୍ଦନକାନନରେ ମୋଟ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି । ୧୦ଟି ଏସୀୟ , ୪ଟି ବର୍ଣ୍ଣଶଙ୍କର (ହାଇବ୍ରିଡ) ଓ ୨ଟି ଆଫ୍ରିକୀୟ ଅଛନ୍ତି ।

Leave a Reply

Your email address will not be published.