ଭିଜିଲାନ୍ସ ଜାଲରେ ନରସିଂହପୁର ଥାନା ଅଧିକାରୀ

କଟକ, (ନାଗରାଜ ନ୍ୟୁଜ): ଭିଜିଲାନ୍ସ ଜାଲରେ ପଡିଲେ ନରସିଂହପୁର ଥାନା ଅଧିକାରୀ । ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ନରସିଂହପୁର ଥାନା ଅଧିକାରୀ । ନରସିଂହପୁର ଥାନା ଅଧିକାରୀ ଅଲେଖ ଗରଡ଼ିଆ ଏକ ଅସଂରକ୍ଷିତ ଜନଜାତି ଗୋଷ୍ଠିଙ୍କର ମାମଲା ସମାଧାନ କରିବା ପାଇଁ ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି । ତାଙ୍କ ନିକଟରୁ ୨୦ ହଜାର ଟଙ୍କା ଜବତ କରାଯାଇଛି । ସୂଚନାଯୋଗ୍ୟ କି ଆଇଁସିଆ ଗ୍ରାମରେ କିଛି ଦିନ ତଳେ ଘଟିଥିବା ଏକ ଘଟଣା ରେ ଅସରକ୍ଷଣ ଜନଜାତିଙ୍କର ଏକ ସମସ୍ୟା ର ସମାଧାନ କରିବା ପାଇଁ ନରସିଂହପୁର ଥାନା ଆଇଁସିଆର ନବ କିଶୋର ନାୟକଙ୍କ ଠାରୁ ୨୦ହଜାର ଟଙ୍କା ଲାଞ୍ଚ ନେବା ବେଳେ ୧୫ ଜଣିଆ ଭିଜିଲାନ୍ସ ଟିମ ହାତରେ ଧରା ପଡିଲେ ଥାନା ଅଧିକାରୀ ।

Leave a Reply

Your email address will not be published.