ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାଜଶାସ୍ତ୍ର ବିଭାଗ ପକ୍ଷରୁ ଜାତୀୟ ଆଲୋଚନା ଚକ୍ର

କଟକ,(ନାଗରାଜ ନ୍ୟୁଜ): :ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାଜଶାସ୍ତ୍ର ବିଭାଗ ପକ୍ଷରୁ ସମାଜବିଜ୍ଞାନରେ ଗବେଷଣା ପଦ୍ଧତି ଶୀର୍ଷକରେ ଏକ ଜାତୀୟ ଆଲୋଚନା ଚକ୍ର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ପ୍ରଫେସର ସୁକାନ୍ତ କୁମାର ଚୌଧୁରୀ ମୁଖ୍ୟ ବକ୍ତା ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟର ଇତିହାସର ବିଭାଗୀୟ ମୁଖ୍ୟ ଡଃ ଉମାକାନ୍ତ ମିଶ୍ର ସମ୍ମାନିତ ବକ୍ତା ରୂପେ ଯୋଗ ଦେଇ ବିସ୍ତୃତ ଆଲୋଚନା ରଖିଥିଲେ | ଏହି ଆଲୋଚନା ଚକ୍ରରେ ସମାଜଶାସ୍ତ୍ର ସହ ଅନ୍ୟାନ୍ୟ ବିଭାଗର ଅଧ୍ୟାପକ, ଅଧ୍ୟାପିକା,ଗବେଷକ, ଗବେଷିକା ଏବଂ ଛାତ୍ରଛାତ୍ରୀ ପ୍ରତିଭାଗୀ ରୂପେ ଯୋଗ ଦେଇଥିଲେ | ସମାଜ ଶାସ୍ତ୍ରର ବିଭାଗୀୟ ମୁଖ୍ୟ ତଥା ଆଲୋଚନା ଚକ୍ରର ଆବାହକ ପ୍ରଫେସର ବିକ୍ରମ କେଶରୀ ମିଶ୍ର ବିଷୟ ବସ୍ତୁର ଅବଧାରଣା ପ୍ରଦାନ କରିଥିଲେ | ମୁଖ୍ୟବକ୍ତା ପ୍ରଫେସର ଚୌଧୁରୀ ଶୀର୍ଷକ ସମ୍ପର୍କରେ ମତ ଦେଇ କହିଥିଲେ ସମାଜ ବିଜ୍ଞାନ ପାଠ୍ୟକ୍ରମ ଏବଂ ଗବେଷଣାର ଭିତ୍ତି ଅଙ୍ଗାଅଙ୍ଗୀ ଭାବେ ଜଡିତ ଏବଂ ଡଃ ମିଶ୍ର ସମାଜବିଜ୍ଞାନରେ ଗବେଷଣା ପଦ୍ଧତିର ଗୁରୁତ୍ୱ ସମ୍ପର୍କରେ ବିସ୍ତୃତ ଆଲୋଚନା ରଖିଥିଲେ| | ସମାଜ ଶାସ୍ତ୍ରର ଅଧ୍ୟାପିକା ଡଃ ମନୋସ୍ମିତା ମହାପାତ୍ର,ଅଧ୍ୟାପକ ଡଃ ମନୋରଞ୍ଜନ ଦାସ,ଡଃ ଈଶ୍ୱର ଚନ୍ଦ୍ର ନାୟକ,ଡଃ ଜ୍ଞାନ ରଞ୍ଜନ ପୃଷ୍ଟି ଏବଂ ଅଧ୍ୟାପିକା ଡଃ ରୋଶିନା ୟୁସୁଫି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ | ଛାତ୍ରୀ ମାଲୋବିକା ରୟ ଚୌଧୁରୀ ସ୍ୱାଗତ ସମ୍ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ | ଛାତ୍ରୀ ତହସିନା ଜାଭେଦ ଧନ୍ୟବାଦ ଅର୍ପଣ କରିଥିଲେ |

Leave a Reply

Your email address will not be published.