ସଡ଼କ ଦୁର୍ଘଟଣାରେ ନବନିର୍ବାଚିତ ୱାର୍ଡ ସଭ୍ୟ ମୃତ

ଢେ଼ଙ୍କାନାଳ, (ନାଗରାଜ ନ୍ୟୁଜ): କପିଳାସ ମୁଖ୍ୟରାସ୍ତା ଦେଓଗାଁ ଛକରେ ଗତକାଲି ବିଳମ୍ବିତ ରାତ୍ରୀରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣାରେ ନବନିର୍ବାଚିତ ୱାର୍ଡ ସଭ୍ୟ ଗୋପୀନାଥ ସାମଲଙ୍କ ମୃତ୍ୟୁ ଘଟିଛି | ପ୍ରତ୍ୟକଦର୍ଶୀଙ୍କ କହିବା ଅନୁସାରେ ନିଜ ଗାଁ ଦେଓଗାଁରୁ ପାଖ ଗାଁକୁ ଯାତ୍ରା ଦେଖିବାକୁ ଯାଉଥିବା ସମୟରେ ଛକ ଉପରେ ରାସ୍ତା କଡରେ ନିଜର ମଟରସାଇକେଲ ନଂ OD06ଏ-୩୪୧୧ କୁ ରଖି ପରିସ୍ରା କରୁଥିବା ସମୟରେ ଢେଙ୍କାନାଳ କଡ଼ରୁ ରୁ ଦ୍ରୁତ ଗତିରେ ଆସୁଥିବା କୋଇଲା ବୋଝେଇ ଟ୍ରକ ନଂ OD29D-8986 ଧକ୍କା ଦେବା ଫଳରେ ପ୍ରାୟ ୨୦୦ମି ମଟରସାଇକେଲ ସହିତ ଗୋପୀନାଥକୁ ଘୋଷାଡ଼ି ଆଣି ଉପ୍ରା ବିଦ୍ୟାଳୟ ସମୁଖ ରେ ରାସ୍ତା କଡରେ ଥିବା ଗୋପୀ ନାଥ ସାହୁ ଘର ଭାଙ୍ଗିବା ସହିତ କେନାଲରେ ଫସିଯିବାରୁ, ଗାଡ଼ି ଛାଡି ଗଡିଚାଳକ ଫେରାର ହୋଇଯାଇଛି | ଗଁଦିଆ ପୁଲିସ ଗାଡିକୁ ଜବତ କରିବା ସହିତ ସବ ବ୍ୟବଚ୍ଛେଦ ପାଇଁ ଢେ଼ଙ୍କାନାଳ ବଡ଼ ମେଡ଼ିକାଲ ପଠାଇ ତଦନ୍ତ ଜାରିରଖିଛି |

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.