ନୀଳାଚଳ ସଂସ୍କୃତ ମହାବିଦ୍ୟାଳୟରେ ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

ପୁରୀ, (ନାଗରାଜ ନ୍ୟୁଜ): ନୀଳାଚଳ ସଂସ୍କୃତ ମହାବିଦ୍ୟାଳୟରେ ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଆଜି ପୁରୀ ନୀଳାଚଳ ନାରାୟଣ ସଂସ୍କୃତ ମହାବିଦ୍ୟାଳୟରେ ଆଠଦିନ ଧରି ଚାଲିଥିବା ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ ଶିବିର ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ମିରାରାଣୀ ଖଣ୍ଡୁଆଳ ସଭାସ୍ପତିତ୍ୱ କରିଥିଲେ। ଛାତ୍ରୀମାନଙ୍କୁ ପାର୍ବତୀ ମହାରଣା ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ଅଧ୍ୟାପକ ଦୟାନିଧି ପଣ୍ଡା ଙ୍କ ଦ୍ୱାରା ବେଦପାଠ କରିବା ସହିତ ସୁଶ୍ରୀ ଭିଲିପ୍ସା ଦାସ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ର ସଂଯୋଜକ ଡ଼ଃ ବଳରାମ ଦାସ ଶିବିରର ଆଭିମୁଖ୍ୟ ଓ ଆତ୍ମରକ୍ଷା କୌଶଳ ର ଆଭିମୁଖ୍ୟ ପ୍ରଦାନ କରିଥିଲେ। ପ୍ରାବନ୍ଧିକ ସତ୍ୟନାରାୟଣ ମିଶ୍ର ମୁଖ୍ୟ ବକ୍ତା ଭାବରେ ଯୋଗଦେଇଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Leave a Reply

Your email address will not be published.