ଶ୍ରୀମନ୍ଦିର ସମୁଖରେ ଲଜ୍ଜାଜନକ ସ୍ଥିତି

ପୁରୀ, (ନାଗରାଜ ନ୍ୟୁଜ): ଶ୍ରୀମନ୍ଦିର ସମୁଖରେ ସୌନ୍ଦର୍ଯ୍ୟ କରଣ ନେଇ ବିଭିନ୍ନ ଆକର୍ଷଣୀୟ ଗଛ ଲଗାଯାଇଛି । ତେବେ ଏହି ଗଛ ଆଢୁଆଳ ରେ କିଛି ଉଦଭ୍ରାନ୍ତ ଯୁବକ ଯୁବତୀ ବିଭିନ୍ନ ଆପତିଜନକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ଶ୍ରୀମନ୍ଦିର ର ପବିତ୍ରତା କୁ ନଷ୍ଟ କରୁଛନ୍ତି । ଏମିତି ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି । ଯାହାକି ସାଧାରଣରେ ଲଜ୍ଜାଜନକ ସ୍ଥିତି ଉପୁଜୁଛି । ଶ୍ରୀମନ୍ଦିର ସମୂଖ ମଙ୍ଗୁ ମଠ ଭିତରେ ଥିବା ଗଛ ଆଢୁଆଳରେ ଜଣେ ଯୁବକ ଯୁବତୀ ବସିଥିବା ବେଳେ ଆପତି ଜନକ ଢଙ୍ଗରେ ବାସିଛନ୍ତି । ଏହି ଭିଡ଼ିଓ ଭାଇରଲ ପରେ ବିଭିନ୍ନ ମହଲରେ କଡା ପ୍ରତିକ୍ରିୟା ସୃଷ୍ଟି ହୋଇଛି । ସେହିପରି ଫୁଲ କୁଣ୍ଡ ରେ ମଦ ବୋତଲ ପଡିଥିବା ଏକ ଫୋଟୋ ମଧ୍ୟ ଭାଇରଲ ହୋଇଛି । ଶ୍ରୀମନ୍ଦିର ଚାରି ପାଖ ରେ କଡା ନିରାପତ୍ତା ବ୍ୟବସ୍ଥା କରିବାକୁ ସୋସିଆଲ ମିଡିଆରେ ଦାବି ହୋଇଛି ।

Leave a Reply

Your email address will not be published.