ଟି-୨୦ ମ୍ୟାଚ ପ୍ରସଙ୍ଗରେ ଓସିଏର ପ୍ରତିକ୍ରିୟା, ଆମେ ଆଶାବାଦୀ ରହିଛୁ

କଟକ, (ନାଗରାଜ ନ୍ୟୁଜ): ଆସନ୍ତା ଜୁନ ମାସରେ କଟକ ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଟି-୨୦ ମ୍ୟାଚ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି ଓସିଏ । ଗତ ଇଣ୍ଡିଆ-ଉଇଷ୍ଟେଣ୍ଡିଜ ମ୍ୟାଚ ବାତିଲ ହେବା ପରେ ଆମେ ବିସିସିଆଇକୁ ଆଉ ଏକ ମ୍ୟାଚ ଅନୁରୋଧ କରିଥିଲୁ ଏବଂ ବି ସି ସି ଆଇ ମ୍ୟାଚ ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ଏପର୍ୟ୍ୟନ୍ତ କୌଣସି ବିଧିବଦ୍ଧ ଲିଖିତ ପ୍ରତିଶ୍ରୁତି ବା ଘୋଷଣା ବିସିସିଆଇ ପକ୍ଷରୁ କରାଯାଇ ନାହିଁ ବୋଲି କହିଛି ଓସିଏ । ବିସିସିଆଇର ଗତକାଲି ଅନୁଷ୍ଠିତ ବୈଠକରେ ଏନେଇ କୌଣସି ଆଲୋଚନା ହୋଇ ନ ଥିବା ଓସିଏ କହିଛି। ତେବେ ଓସିଏ ମ୍ୟାଚ ଆୟୋଜନ ପ୍ରସ୍ତୁତ ରହିଛି ଓ ବାରବାଟୀକୁ ମ୍ୟାଚ ମିଳିବା ନେଇ ଓସିଏ ଆଶାବାଦୀ ଥିବା ସମ୍ପାଦକ କହିଛନ୍ତି ।

Leave a Reply

Your email address will not be published.