ଓଡିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀଙ୍କୁ ନିୟମିତ ନିଯୁକ୍ତି ଦାବୀ

ଢେଙ୍କାନାଳ,(ନାଗରାଜ ନ୍ୟୁଜ):ଢେଙ୍କାନାଳ ଜିଲ୍ଲାରେ ଓଡିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ମହାସଙ୍ଘ ତରଫରୁ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାରକଲ୍ୟାଣ ବିଭାଗ,ଜାତୀୟ ସ୍ୱାସ୍ଥ୍ୟ ମିଶନ, ଜାତୀୟଏଡସ ନିରାକରଣ କାର୍ଯ୍ୟକ୍ରମରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କ ନିୟମିତ କରିବା ପାଇଁ ଏକ ଦାବୀ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।ଓଡିଶା ସ୍ୱାସ୍ଥ୍ୟମିଶନ କର୍ମଚାରୀ ସଙ୍ଘ,ଆୟୁଷ,ପାରାମେଡିକାଲ ସହିତ ବିଭିନ୍ନ ବିଭାଗରେ ଦିର୍ଘ ଦିନ ଧରି ଠିକା କର୍ମଚାରୀ ଭାବରେ କାର୍ଯ୍ୟକରୁଛନ୍ତି । ସରକାର ଗତ ଅକ୍ଟୋବର ୧୫ ତାରିଖରେ ରାଜ୍ୟରୁ ଠିକା କର୍ମଚାରୀ ବ୍ୟବସ୍ଥାକୁ ଉଛେଦ କରିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କୁ ଭୁଲି ଯାଇଛନ୍ତି ବୋଲି ସଙ୍ଘ ତରଫରୁ ଅଭିଯୋଗ ହୋଇଛି । ଏହି ସଂସ୍ଥାରେ ପ୍ରାୟ ୧୦ ହଜାରକର୍ମଚାରୀ ଠିକା ଭାବରେ କାର୍ଯ୍ୟକରୁଥିବା ବେଳେ ମୁଖ୍ୟମନ୍ତ୍ରୀସେମାନଙ୍କ ଦାବୀକୁ ବିଚାର କରିବାକୁ ନିବେଦନ କରାଯାଇଛି ।ଦିର୍ଘ ଦିନ ହେବ ନିଷ୍ପସିତ ଭାବରେ କାର୍ଯ୍ୟକରୁ୍୍ଥିବା କର୍ମଚାରୀଙ୍କୁ ତୁରନ୍ତ ନିୟମିତ କରିବାକୁ ଦାବୀ କରାଯାଇଛି । ଏହି ଅବସରରେ ଏକ ଶୋଭଯାତ୍ରା ସହର ପରିକ୍ରମା କରିବା ସହିତ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି । କର୍ମଚାରୀ ମାନେ ଉପସଭାପତି ଦିପକ କୁମାର ସାହୁ୍ଙ୍କ ନେତୃତ୍ୱରେ ଏହି ଆନେ୍ଦାଳନ କରାଯିବା ସହିତ ହଳଦିଆ ବ୍ୟାଚ ପିନ୍ଧି ଆନେ୍ଦାଳନ କରିଥିବାରଜଣାପଡିଛି ।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.