ଓଡିଶା ମେଡିକାଲ ସେଲ୍ସ ରିପ୍ରେଜେଣ୍ଟେଟିଭ ୟୁନିୟନ୍ ର ୫୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନ

କଟକ,(ନାଗରାଜ ନ୍ୟୁଜ): ଓଡିଶା ମେଡିକାଲ ସେଲ୍ସ ରିପ୍ରେଜେଣ୍ଟେଟିଭ ୟୁନିୟନ୍ ଆଜି ୫୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯାଇଛି। ୧୯୭୨ ମସିହାରେ କେତେକ ଔଷଧ ଶିଳ୍ପର ରିପ୍ରେଜେଣ୍ଟେଟିଭ ମାନେ ଏହି ସଂଘଟିକୁ ସ୍ଥାପନ କରିଥିଲେ। ଆଜି ସଂଘ ୫୦ ବର୍ଷରେ ପଦାର୍ପଣ କରି ଜନସାଧାରଣ ଙ୍କ ସ୍ୱାର୍ଥରେ ସଂଘ୍ ଆନ୍ଦୋଳନ ଜାରି ରଖିଛି। ମେରିଆ ବଜାର ସ୍ଥିତ ସଂଘ କାର୍ଯ୍ୟାଳୟ ଠାରେ ସଂଘର ପତାକା ଉତ୍ତୋଳନ କରାଯାଇଥିଲା। ଏହା ପରେ ପରେ ସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା।ବୈଠକ ରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରତିନିଧି ମାନେ ଯୋଗ ଦେଇଥିଲେ। ବିଶିଷ୍ଟ ଶ୍ରମିକ ନେତା କମ୍ରେଡ ବିଷ୍ଣୁ ମହାନ୍ତି ସଂଘର ସର୍ବ ଭାରତୀୟ ସଂପାଦକ କମ୍ରେଡ୍ ଶାନ୍ତନୁ ଚାଟାର୍ଜୀ, ପାର୍ଥ ରଖିତ, ମନୋଜ ଚୌଧୁରୀ, କାର୍ଯ୍ୟ କ୍ରମରେ ଅତିଥି ଭାବେ ଯୋଗ ଦେଇ କହିଲେ ସାଂପ୍ରତିକ ପରିସ୍ଥିତିରେ ଔଷଧ ଶିଳ୍ପ ପ୍ରତି ବିପଦ ଦିନକୁ ଦିନ ମାଡ଼ି ଆସୁଛି।

ବିଦେଶ ଔଷଧ କମ୍ପାନୀ ମାନେ ଭାରତୀୟ ଔଷଧ ବଜାରକୁ କବ୍ଜା କରି ନେଲେଣି। ବିଦେଶୀ ଔଷଧ କମ୍ପାନୀର କୁ ଚକ୍ରାନ୍ତ ଫଳରେ ଭାରତୀୟ ଔଷଧ କମ୍ପାନୀ ମାନେ ବିଦେଶୀ କମ୍ପାନୀ ସହିତ ସମକକ୍ଷ ହୋଇ ପାରୁ ନାହିଁ। ଔଷଧ ର ଦର୍ ଦିନକୁ ଦିନ ବୃଦ୍ଧି ପାଇବାର ଲାଗିଛି।ଭାରତ ସରକାର ଔଷଧ ଶିଳ୍ପ ଉପରେ ଜି ଏସ ଟି ଏବଂ ଅନ୍ୟାନ୍ୟ ଟିକସ ହ୍ରାସ କରିଲେ ଜନସାଧାରଣ ସୁଲଭ ମୂଲ୍ୟରେ ଔଷଧ ପାଇପାରିବେ। ସେଲ୍ସ ରିପ୍ରେଜେଣ୍ଟେଟିଭ ୟୁନିୟନ୍ ସାଧାରଣ ସମ୍ପାଦକ ଶ୍ରୀ ସତ୍ୟବ୍ରତ ମହାପାତ୍ର କାର୍ଯ୍ୟ କ୍ରମ ସମ୍ପର୍କରେ ସୂଚନା ଦେଇ କହିଲେ ତାଙ୍କ ସଂଘ କେବଳ ସର୍ବ ସାଧାରଣ ଙ୍କ ସ୍ୱାର୍ଥ କୁ ଦୃଷ୍ଟିରେ ରଖି ଆନ୍ଦୋଳନ ଜାରି ରଖିଛି। କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଉଭୟ ଔଷଧ ଶିଳ୍ପ ଉପରେ ଟିକସ ଛାଡ଼ କରିବା ପାଇଁ କମ୍ରେଡ ମହାପାତ୍ର ଦାବି କରିଛନ୍ତି। ଏଥି ସହିତ ମେଡିକାଲ ସେଲ୍ସ ରିପ୍ରେଜେଣ୍ଟେଟିଭ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ।

Leave a Reply

Your email address will not be published.