ସାଧାରଣତନ୍ତ୍ର ଦିବସ ଅବସରରେ ବୃଦ୍ଧାଶ୍ରମ ନିମନ୍ତେ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଖଇରା, (ନାଗରାଜ ନ୍ୟୁଜ): ୭୩ ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଶ୍ଯାମସୁନ୍ଦରପୁର ପଞ୍ଚାୟତ ଥିବା ଅଭିରାମ ପରମହଂସ ମଠ ପାର୍ଶ୍ଵରେ ଗଣ୍ଡିବେଡ ଆଞ୍ଚଳିକ ଉନ୍ନୟନ ପରିଷଦ ଏବଂ ଶ୍ଯାମସୁନ୍ଦରପୁର ଗ୍ରାମବାସୀଙ୍କ ମିଳିତ ସହଯୋଗରେ ପ୍ରସ୍ତାବିତ ବୃଦ୍ଧାଶ୍ରମ ନିମନ୍ତେ ଭୂମି ପୂଜନ କାର୍ଯ୍ୟକ୍ରମ ମଠାଧିଶ ଯୋଗାନନ୍ଦ ଦାସଙ୍କ ଦ୍ବାରା ଅନୁଷ୍ଠିତ ହୋଇଯାଇଛି । ପୂଜକ ମଧୁସୂଦନ ଆଚାର୍ଯ୍ୟଙ୍କୁ ସହଯୋଗ କରିଥିଲେ ମଠାଧିଶ । ପରିଷଦ ତରଫରୁ ବାବା ଲଙ୍କେଶ୍ବର ମହାଦେବଙ୍କ ପଡିଆରେ ସକାଳେ ଜାତୀୟ ପତାକା ଉତ୍ତୋଳନ ପରେ କରିଥିଲେ ସମ୍ପାଦକ କୃଷ୍ଣଚନ୍ଦ୍ର ସାହୁ । ଅପରାହ୍ନରେ ଅନୁଷ୍ଠିତ ଭୂମି ପୂଜନ କାର୍ଯ୍ୟକ୍ରମରେ ମଦନ ମୋହନ ମହଲା, ଭାଗିରଥି ଦାସ, ଅଭିମନ୍ୟୁ ରାଉଳ, ପଦ୍ମଲୋଚନ ଜେନା, ଅଭୟ କୁମାର ମହାନ୍ତି, ରମାକାନ୍ତ ରାଉଳ, ମନରଞ୍ଜନ ମହାନ୍ତି, ବିଜୟ କେତନ ନାୟକ, ମାନସ ରଞ୍ଜନ ରାଉଳ, ସୁବାଷ ଚନ୍ଦ୍ର ପ୍ରଧାନ, ପଙ୍କଜ ବାରିକ, ଶିବାନି ମହାନ୍ତି ଓ ନରୋତ୍ତମ ରାଉଳଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଷଦର କର୍ମକର୍ତ୍ତାଙ୍କ ସମେତ ସମସ୍ତ ଗ୍ରାମବାସୀ ପୂର୍ଣ୍ଣ ସମର୍ଥନ କରିଛନ୍ତି । ଏଭଳି ଅନୁଷ୍ଠାନ ଗଠନ ହେଲେ ଅନେକ ଅସହାୟ, ନିରାଶ୍ରୟ, ବୃଦ୍ଧ ଓ ବୃଦ୍ଧାଙ୍କୁ ସେବା କରିବାର ସୁଯୋଗ ମିଳିବ ବୋଲି ଉପସ୍ଥିତ ସମସ୍ତ କର୍ମକର୍ତ୍ତା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published.