ହୀରକ ଜୟନ୍ତୀ ଉପଲକ୍ଷେ ଦଧିଆନ୍ନ ଭୋଗ ମହାଲକ୍ଷ୍ମୀଙ୍କ ନିକଟରେ ଲାଗି

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଆଜି ଢେ଼ଙ୍କାନାଳ ଲକ୍ଷ୍ମି ବଜାର ପକ୍ଷରୁ ହୀରକ ଜୟନ୍ତୀ ପାଳନ ସମାରୋହ ଅବସରରେ ଦଧି ଅନ୍ନ ଭୋଗ ମହାଲକ୍ଷ୍ମୀ ଙ୍କ ନିକଟରେ ଲାଗି କରାଯାଇଛି। ଦଧି ଭାତ, ଘାଣ୍ଟ ତରକାରୀ, ଶାଗ, ପକୁଡ଼ି, ଜିଲାପି ଭୋଗ କରାଯାଇଥିଲା । ଏହି ପ୍ରସାଦକୁ ସ୍ଥାନୀୟ ଗୋପୀନାଥ ଗାର୍ଡେନ ଠାରେ ୫୦୦୦ ରୁ ଉର୍ଦ୍ଧ ଭକ୍ତମାନେ ମାଟି କୁଡୁଆରେ ଦହି ଭାତ ଓ ପଦ୍ମପତ୍ରରେ ଶାଗ, ତରକାରୀ, ଜିଲାପି ଓ ପକୁଡ଼ି ଖାଇଥିଲେ । ବିଗତ ଦୁଇ ବର୍ଷ ହେଲା ଭକ୍ତମାନେ ଏହି ଭୋଗ ପାଇ ପାରୁ ନ ଥିଲେ। ସଭାପତି ଜଗଦୀଶ ପ୍ରସାଦ ଅଗ୍ରୱାଲ, ସମ୍ପାଦକ ରବି ନାରାୟଣ ବେହେରା, ପ୍ରଭାକର ବେହେରା, ରଙ୍ଗାଧର ପାତ୍ର, ମାୟାଧର ପାତ୍ର ଓ କମିଟିର ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଏହି ଦହି ପଖାଳ ନୀତି ସମ୍ପନ୍ନ ହୋଇଥିଲା।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.