ଆଞ୍ଚଳିକ କମିଟି-୨ର ୨୬ତମ ବୈଠକ କଟକ ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଅନୁଷ୍ଠିତ

କଟକ,(ନାଗରାଜ ନ୍ୟୁଜ): ଭାରତ ସରକାରଙ୍କ କୃଷି କୃଷକ ମନ୍ତ୍ରଣାଳୟ ଅଧୀନରେ ଥିବା ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ICAR) ପକ୍ଷରୁ ପଶ୍ଚିମବଙ୍ଗ ଓଡିଶା ,ତେଲେଙ୍ଗାନା ଆନ୍ଧ୍ରପ୍ରଦେଶ ଓ ଆଣ୍ଡାମାନ ନିକୋବାର ଦ୍ୱୀପପୁଞ୍ଜ ନେଇ ଗଠିତ ଆଞ୍ଚଳିକ କମିଟି-୨ ର ୨୬ତମ ବୈଠକ କଟକ ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ର କୃଷି ମନ୍ତ୍ରୀ କୈଳାସ ଚୌଧୁରୀ ଭିଡିଓ କନ୍ଫରନ୍ସ ଜରିଆରେ ଯୋଗ ଦେଇଥିଲ ।  ଏହି ବୈଠକ ର ମୁଖ୍ୟ ଉଦେଶ୍ୟ ରାଜ୍ୟ ସରକାରଙ୍କ କାର୍ଯ୍ୟକର୍ତା ମାନଙ୍କୁ କୃଷି ,ପଶୁ ପାଳନ ଓ ମାଛ ଚାଷ ର ସମସ୍ୟା ଗୁଡିକ ପରୀକ୍ଷା କରିବା । ଓ ଆସନ୍ତା ଦୁଇ ବର୍ଷ ପାଇଁ ଦେଶ ର ବିଭିନ୍ନ ଏଗ୍ରୋ ଇକୋଲୋଜିକାଲ ଅଞ୍ଚଳ ର ଅନୁସନ୍ଧାନ ଓ ସମ୍ପ୍ରସାରଣ ଶିକ୍ଷାର ତାଲିକା ପ୍ରସ୍ତୁତ କରିବା । ଏହାସହ କୃଷି ପ୍ରଯୁକ୍ତିବିଦ୍ୟା ର ମୂଲ୍ୟାଙ୍କନ ,ପରିଶୋଧନ ,ଓ ସ୍ଥାନାନ୍ତର କ୍ଷେତ୍ରରେ ଜାତୀୟ ସ୍ଥରରେ ଏକ ବିବରଣୀ ପ୍ରଦାନ କରିବା। ପ୍ରତି ଦୁଇ ବର୍ଷରେ ICAR ପକ୍ଷରୁ ଏହି ଆଞ୍ଚଳିକ ବୈଠକ ଅନୁଷ୍ଠିତ ହୋଇଥାଏ।

କୃଷି ମନ୍ତ୍ରୀ ଙ୍କ କହିବାନୁଯାୟୀ , ଓଡିଶା ବନ୍ୟା ,ମରୁଡି, ଘୁର୍ଣ୍ଣିବଳୟ, ରୋଗକୀଟ ,ଓ ପ୍ରାକୃତିକ ଦୁର୍ବିପାକ ରେ ପରିପୂର୍ଣ୍ଣ ।ଯଦି100 ବର୍ଷ ମଧ୍ୟରେ ଆକଳନ କରାଯାଏ ତେବେ 90 ବର୍ଷ କିଛି ନା କିଛି ପ୍ରାକୃତିକ ଦୁର୍ବିପାକ ବିପର୍ଯ୍ୟୟ ଘଟଣା ସାମ୍ନା କୁ ଆସିଛି। ତେବେ ସମୟ ଆସିଛି ଏହାର ସମାଧାନ ରୂପକ କିଛି ନିଷ୍କର୍ଷ ଆସିବା ଆବଶ୍ୟକ । ପ୍ରତିକୂଳ ଜଳବାୟୁ ଯୋଗୁ , ଓଡିଶା ,ତେଲେଙ୍ଗାନା ,ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟ ବିଶେଷ ଭାବରେ ପ୍ରଭାବିତ ହୋଇଥାଏ। ଏପରି ସ୍ଥଳେ କୃଷକ ମାନଙ୍କୁ ନୂତନ ଜଳବାୟୁ ପ୍ରତିରୋଧକ ପ୍ରଯୁକ୍ତିବିଦ୍ୟା ର ବିକାଶ ହେବା ଆବଶ୍ୟକ । ଏହାସହ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ର ମହାନିର୍ଦ୍ଧେଶକ ଡ଼ ହିମାଂଶୁ ପାଠକ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ କିପରି ଅଧିକରୁ ଅଧୁକ ଚାଷୀ ଲାଭବାନ ହେବ ତାହା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ମୂର୍ତ୍ତିକାର ଗୁଣବତା, ସାରର କମ ବ୍ୟବହାର , ରୋଗ କୀଟ ସଂକ୍ରମଣ ଓ ମୌସୁମୀ ବର୍ଷା ଉପରେ ଅଧିକ ନିର୍ଭରଶୀଳ ହେବାରୁ ଅନେକ ଆଞ୍ଚଳ ରେ ନିମ୍ନ ଉତ୍ପାଦନ ହେଉଛି ।ଯାହା ଏକ ଉଦବେଗ ର ବିଷୟ ।ତେଣୁ ଜଳ ସେଚନ ଏହି ଦିଗରେ ବେଶ ସହାୟକ ବୋଲି କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କୃଷି ଅନୁସନ୍ଧାନ ପରିଷଦର ଅତିରିକ୍ତ ମହା ସଚିବ ଡକ୍ଟର ଆର କେ ସିଂ, ଡକ୍ଟର ପି ସି ଅଗ୍ରୱାଲ,ଡକ୍ଟର ଆର କେ ଅଗ୍ରୱାଲ ଏବଂ ଅନୁଷ୍ଠାନର ନିର୍ଦ୍ଦେଶକ ଡକ୍ଟର ଭାସ୍କର ଚନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ରିସର୍ଚ୍ଚ ବୁଲେଟିନ କୁ ଅତିଥି ବୃନ୍ଦ ଉନ୍ମୋଚନ କରିଥିଲେ।

Leave a Reply

Your email address will not be published.