ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ ଜଣେ ଗିରଫ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଗଁନ୍ଦିଆ ପୋଲିସ ଓ ଯୋରନ୍ଦା ଫାଣ୍ଡି ଅଧିକାରୀଙ୍କ ଦ୍ୱାରା ୩ ଦେଶୀ ବନ୍ଧୁକ ଓ ୪୬ ଅଫୁଟା ଗୁଳି ଜବତ ହୋଇଛି । ସୂଚନା ଅନୁସାରେ କୌଣସି ବିଶେଷ ସୂତ୍ରରୁ ଖବର ପାଇ ଗତକାଲି ଅପରାହ୍ନରେ ଗଁନ୍ଦିଆ ଥାନା ଭାରପ୍ରାପ୍ତ ଅଧିକାରୀ ବିଷ୍ଣୁ ଚରଣ ବାରିକ ଓ ଯୋରନ୍ଦା ଫାଣ୍ଡି ଭାରପ୍ରାପ୍ତ ଅଧିକାରୀ ପଙ୍କଜ କୁମାର ମାଝୀଙ୍କ ମିଳିତ ସହଯୋଗରେ ଟାଙ୍ଗର ଗ୍ରାମ (ମହାପଦା )ର ପ୍ରସନ ନାଥଙ୍କ ଘରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ତାଙ୍କ ଘରୁ ୩ଟି ଦେଶୀ ବନ୍ଧୁକ ସହ ୪୬ଟି ଅଫୁଟା ଗୁଳି ଜବତ ହୋଇଥିଲା । ତେବେ ଯାଞ୍ଚ ସମୟରେ ଉକ୍ତ ବନ୍ଧୁକର ସଠିକ ପ୍ରମାଣ ପତ୍ର ନଥିବା ହେତୁ ଉକ୍ତ ବନ୍ଧୁକ ଓ ଗୁଳିକୁ ଜବତ କରାଯାଇଥିଲା । ତେବେ ଏହି ସଂକ୍ରାନ୍ତରେ ଗଁନ୍ଦିଆ ପୋଲିସ ଦ୍ୱାରା ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave a Reply

Your email address will not be published.